ବାଘୁଆ ପାହାଡ଼ରୁ କଳାପଥର ବୋଝେଇ ଟ୍ରାକ୍ଟର ଜବତ
ାା ପ୍ରଭାନୁ୍ୟଜ ।ା କବାଟବନ୍ଧ: କଟକ ବନଖଣ୍ଡ ବୈରୀ ଡାଳିଯୋଡ଼ା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗଡ଼ମଧୁପୁର ଫରେଷ୍ଟ ସେକ୍ସନ ଅଞ୍ଜିରା ମୌଜା ବାଘୁଆ ପାହାଡ଼ରୁ ଏକ ବେଆଇନ ଟ୍ରାକ୍ଟର ଓଆର୦୪ଏମ- ୪୦୫୯ ଜବତ କରାଯାଇଛି । ବାଘୁଆ ଜଙ୍ଗଲ ଜମିରୁ କିଛି ଦିନ ହେଲା କଳାପଥର ଲୁଟ ବନ୍ଦ ରହିଥିଲା । ଏଇ କିଛି ଦିନ ହେଲା ମାଫିଆମାନେ କଳାପଥର ଲୁଟ କରିବାକୁ ଚେଇଁ ଉଠିଛନ୍ତି । କଳାପଥର ଲୁଟ ଖବର ପାଇ ଗୁରୁବାର ବାଘୁଆ ପାହାଡ଼ ଉପରେ ଗଡ଼ମଧୁପୁର ବନବିଭାଗ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଏକ ଟ୍ରାକ୍ଟରକୁ ଅଟକ ରଖି କାଗଜ ପତ୍ର ଯାଞ୍ଚ କରାଯାଇଥିଲା । ବୈଧ କାଗଜ ପତ୍ର ଦେଖାଇ ନପାରିବାରୁ ଉକ୍ତ ଗାଡିକୁ ବେଆଇନ ଦର୍ଶାଇ ଜବତ କରି ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଚଢ଼ାଉରେ ଗଡ଼ମଧୁପୁର ବନପାଳ ଚିତରଞ୍ଜନ ବିଶ୍ୱାଳ, ବନରକ୍ଷୀ ସିପ୍ରା ମହାପାତ୍ର, ସ୍ପାର୍ଡ ସମ୍ବିତ ରାଉତ, ଏସ କେ ଜାଭିର, ଅମୂଲ୍ୟ ପ୍ରଧାନ, କାମାକ୍ଷା ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।