ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା : ସ୍ୱଚ୍ଛ ଭାରତ ଯୋଜନା ବାଟବଣା
ବୈଶିଙ୍ଗା: ବୈଶିଙ୍ଗା ବଜାର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଜଳ ନିଷ୍କାସନ ପାଇଁ ଠିକ୍ ଭାବରେ ଡ୍ରେନ୍ ନିର୍ମାଣ ହୋଇ ନ ଥିବାରୁ ଯାନବାହନ ଚଳାଚଳରେ ବାଧାପ୍ରାପ୍ତ ହେବା ସହିତ ସାଧାରଣ ଲୋକ ତଥା ସାଇକେଲ ଓ ବାଇକ ଚାଳକଙ୍କୁ ବିପଦରେ ପକାଉଛି । ଅଧିକ ବର୍ଷା ହେଲେ ରାଜପଥ ଉପରେ ପାଣି ପ୍ରବାହିତ ହେଉଛି । ବଜାର ମଧ୍ୟ ଭାଗରେ ଏକ କିଲୋମିଟର ଲମ୍ବର ଉଡନ୍ତା ପୋଲ ନିର୍ମାଣ ହୋଇଥିବାରୁ ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ପାଇଁ ଆପ୍ରୋଚ୍ ରୋଡ ନିର୍ମାଣ ହୋଇଛି ସତ ମାତ୍ର ଠିକ୍ ମାପ ଯୋଗରେ ତିଆରି ହୋଇ ନ ଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଚାଲିଛି । ତିନି ଶହ ମିଟର ବ୍ୟବଧାନରେ ଏହି ରାଜପଥକୁ ଦୁଇଟି ସ୍ଥାନରେ ମାଣତ୍ରୀ ରାସ୍ତା ଓ ରୁପସା ରାସ୍ତା ସଂଯୋଗ କରୁଥିବାରୁ ଦୁଇଟି ଅଣ୍ଡରପାସ୍ ନିର୍ମାଣ ହେବାର ଯୋଜନା ରହିଥିଲା । ମାତ୍ର ଶେଷ ମୂହୁର୍ତ୍ତରେ ଦୁଇଟି କରିବା ବଦଳରେ ୫୦୦ ମିଟର ବ୍ୟବଧାନର ମଧ୍ୟ ଭାଗରେ ହିଁ ଗୋଟିଏ ଅଣ୍ଡରପାସ୍ ନିର୍ମାଣ ହୋଇଥିବାରୁ ଟ୍ରାଫିକ ନିୟମର ଉଲଙ୍ଘନ ଘଟାଇ ଯାନବାହନ ଚଳାଚଳ କରିବା ହେତୁ ଏଭଳି ଦୁର୍ଘଟଣାର ଶୀକାର ହେଉଛନ୍ତି ଗାଡି ଚାଳକମାନେ । ରାସ୍ତା ପାର୍ଶ୍ୱରେ ପ୍ରାୟ ଦଶ ଫୁଟ ଗଭୀରର ଗର୍ତ୍ତ ସୃଷ୍ଟି ହେବା ସହ ପିଚୁ ରାସ୍ତାର ତଳ ପାର୍ଶ୍ୱକୁ ଖାଇ ଚାଲାଣି । ପାର୍ଶ୍ୱବର୍ତ୍ତୀ ଘର ମାନଙ୍କରେ ରହୁ ଥିବା ଲୋକେ ଏଥିପାଇଁ ପ୍ରମାଦ ଗଣୁଛନ୍ତି । କେତେବେଳେ କେଉଁ ମୂହୁର୍ତ୍ତରେ ତାଙ୍କ ଘର ଗୁଡ଼ିକୁ ତାଡି ନେଇଯିବ ତାହା କିଏ କହିବ । ଡ୍ରେନେଜ୍ ବ୍ୟବସ୍ଥା ହୋଇଥିଲେ ଏ ଦୁର୍ଦ୍ଦଶା ଦେଖିବାକୁ ମିଳି ନଥାନ୍ତା । ଦୁଇ ମାସ ଧରି ଓଭର ବ୍ରୀଜ୍ ର ଉଭୟ ପାଶ୍ୱ ରେ ଆଲୋକି କରଣ ପାଇଁ ଲଗାଯାଇଥିବା ଷ୍ଟ୍ରିଟ୍ ଲାଇଟ୍ର କେତେକ ସ୍ଥାନରେ ଜଳୁନାହିଁ । କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ଫଳପ୍ରଦ ହୋଇପାରି ନାହିଁ । ଏଣୁ ତୁରନ୍ତ ଏହାର ପ୍ରତିକାର ନିମନ୍ତେ ଦାବି ହୋଇଛିି । ଏଥି ସହିତ ଓଭରବ୍ରିଜ୍ର ଉଭୟ ପାଶ୍ୱର୍ରେ ସଫେଇ କରା ନ ଯିବା ଯୋଗୁଁ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି ।