ସଦସ୍ୟତା ଅଭିଯାନ ଲୋକ ସମ୍ପର୍କ ବୃଦ୍ଧିର ମାଧ୍ୟମ: ବଂଶଲ
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର: ସଦସ୍ୟତା ଅଭିଯାନ କାର୍ଯ୍ୟକର୍ତ୍ତା ବୃଦ୍ଧି ସହିତ ଲୋକ ସମ୍ପର୍କ ବୃଦ୍ଧିର ମାଧ୍ୟମ ଅଟେ । ଏହାଦ୍ୱାରା ବିଜେପି ଅଧିକରୁ ଅଧୀକ ଶକ୍ତିଶାଳୀ ହେବ । ସଦସ୍ୟତା ଅଭିଯାନ ସମୀକ୍ଷା ବୈଠକରେ ଯୋଗଦେଇ କେନ୍ଦ୍ରୀୟ ସଙ୍ଗଠନ ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ସୁନିଲ ବଂଶଲ ଏଭଳି ମତ ଉପସ୍ଥାପନ କରିଥିଲେ । ଶିମିଳିପାଳ ଯାଉଥିବା ବେଳେ ପୌରପରିଷଦ ଅନ୍ତର୍ଗତ ପଦ୍ମପୁର ଶାନ୍ତିମାତା ଆଶ୍ରମରେ ଦଳର ସକ୍ରୀୟ ସଦସ୍ୟ ମାନଙ୍କ ଦ୍ୱାରା ଆୟୋଜିତ ବୈଠକରେ ଯୋଗ ଦେଇଥିଲେ । ସେହିପରି ପ୍ରତି ନିର୍ବାଚନମଣ୍ଡଳୀରେ ଦଳ ଯେତିକି ଭୋଟ ପାଇଥିଲା ତାର ଶତକଡା ୭୫ ଭାଗ ସଦସ୍ୟତା ଗ୍ରହଣ କରିବାର ଗାଇଡ଼ ଲାଇନ ଥିବାବେଳେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ଶତକଡା ଶତ ପ୍ରତିଶତରୁ ଊଦ୍ଧ୍ୱର୍ ଜନତା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ଏହାଦ୍ୱାରା ଦଳ ଅଧୀକ ଶକ୍ତିଶାଳୀ ହେଉଥିବାରୁ କେନ୍ଦ୍ରୀୟ ସଙ୍ଗଠନ ସାଧାରଣ ସମ୍ପାଦକ ଶ୍ରୀ ବଂଶଲ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ତଥା ଦଳର ମୁଖପାତ୍ର ବିରଞ୍ଚି ତ୍ରିପାଠୀ, ସଂଗଠକ ମନ୍ତ୍ରୀ ମାନସ ମହାରାଜ, ବିଷ୍ଣୁ ଦାସଙ୍କ ସମେତ ସମସ୍ତ ସକ୍ରୀୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ବୈଠକରେ ବଂଶଲଙ୍କୁ ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।