ଗୁଣି ସନେ୍ଦହ ଗଡ଼ିଲା ୩ ମୁଣ୍ଡ


ଭୁବନେଶ୍ୱର :  ପୁଣି ଦେଖିବାକୁ ମିଳିଛି ଗୁଣିଗାରେଡ଼ିର କରୁଣ ପରିଣତି  । ଗୁଣିଗାରେଡ଼ି ପାଇଁ ଗୋଷ୍ଠୀ ସଂଘର୍ଷ ଯୋଗୁଁ ୩ ଜଣଙ୍କର ଜୀବନ ଯାଇଛି  । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବଡଗଡ ଥାନା ବାହାରପୁର ପଞ୍ଚାୟତରେ ଏଭଳି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି  । ଖାରିପଲ୍ଲୀ ଗ୍ରାମରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ବାପା ପୁଅଙ୍କୁ ହତ୍ୟା କରାଯାଇଛି  । ମୃତ ବାପା ପୁଅ ହେଲେ ଖଦାଳ ବେହେରା, ରନôାକର ବେହେରା  । ସେହିପରି ବାପ ପୁଅଙ୍କ ପାଲଟା ଆକ୍ରମଣରେ ଚାରି ଜଣ ଗ୍ରାମବାସୀ ଗୁରୁତର ହୋଇଥିବା ବେଳେ ଧକକୋଟ ମେଡିକାଲରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି  । ମୃତ ଗ୍ରାମବାସୀ ଜଣଙ୍କ ହେଲେ ରମେଶ ବେହେରା  । 
ସୂଚନା ଅନୁଯାୟୀ, ତିନି ବର୍ଷ ପୂର୍ବରୁ ଗ୍ରାମବାସୀମାନେ ବାପା ପୁଅକୁ ଗୁଣି ଗାରେଡ଼ି ସନେ୍ଦହରେ ଗ୍ରାମରୁ ବାସନ୍ଦ କରିଥିଲେ  । ଏହି କାରଣକୁ ନେଇ ବାପ ପୁଅ ଓ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ରହିଥିଲା  । ଆଜି ଗ୍ରାମବାସୀ ଓ ବାପା ପୁଅମାନଙ୍କ ଭିତରେ ବଚସା ହୋଇଥିଲା  । ଫଳରେ ଗ୍ରାମବାସୀ ମାନେ ବାପା ପୁଅକୁ ଆକ୍ରମଣ କରିଥିଲେ  । ଅପରପକ୍ଷରେ ସେମାନେ ବି ଗ୍ରାମବାସୀଙ୍କୁ ପାଲଟା ଆକ୍ରମଣ କରିଥିଲେ  । ତେବେ ଗ୍ରାମବାସୀଙ୍କ ଆକ୍ରମଣରେ ବାପା ପୁଅଙ୍କ ମୃତ ହୋଇଥିବା ବେଳେ, ବାପା ପୁଅଙ୍କ ଆକ୍ରମଣରେ ମେଡିକାଲ୍ରେ ଜଣଙ୍କର ମୃତୁ୍ୟ ହୋଇଛି  । ଆଉ ତିନି ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିସôିତ ହେଉଛନ୍ତି  । ଘଟଣାସ୍ଥଳରେ ଆସିକା ଏସଡିପିଓଙ୍କ ସମେତ ବଡଗଡ ଓ ଧରାକୋଟ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି  ।