ଗୋଆ, ହରିଆଣାକୁ ମିଳିଲା ନୂଆ ରାଜ୍ୟପାଳ
ନୂଆଦିଲ୍ଲୀ : ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହରିୟାଣା ଏବଂ ଗୋଆରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହା ବ୍ୟତୀତ ଲଦାଖରେ ଜଣେ ନୂତନ ଉପରାଜ୍ୟପାଳଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଫେସର ଅଶିମ କୁମାର ଘୋଷଙ୍କୁ ହରିୟାଣାର ରାଜ୍ୟପାଳ ଏବଂ ପୁଷ୍ପପତି ଅଶୋକ ଗଜପତି ରାଜୁଙ୍କୁ ଗୋଆର ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ସେହିପରି କବିନ୍ଦର ଗୁପ୍ତାଙ୍କୁ ଲଦାଖର ଉପରାଜ୍ୟପାଳ ନିଯୁକ୍ତ କରାଯାଇଛି।