ଗୋକର୍ଣ୍ଣେଶ୍ୱର ହସ୍ତଶିଳ୍ପ କାରିଗର ସଂଘ ଗଠିତ
ଧର୍ମଶାଳା: ଏହିବ୍ଲକ ମିର୍ଜାପୁର ପଞ୍ଚାୟତ ଅରଙ୍ଗାବାଦ ଗ୍ରାମସ୍ଥିତ ଶ୍ରୀ ଶ୍ୟାମସୁନ୍ଦର ଜୀଉ କଲ୍ୟାଣ ମଣ୍ଡପଠାରେ ହସ୍ତଶିଳ୍ପ କାରିଗଙ୍କ ଏକ ବୈଠକ ପ୍ରାଧ୍ୟାପକ ବଳଭଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କାରିଗରଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବା ସହ ଏକ ନୂତନ ସଂଘ ଗଠନ କରାଯାଇଥିଲା । ଆଇନଜୀବୀ ଶ୍ୟାମପ୍ରସାଦ ଦାଶଙ୍କୁ କାରିଗର ସଂଘ ଆବାହକ ମଣ୍ଡଳୀ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ସର୍ବଶ୍ରୀ ସୁରେଶ ଗୁଇଁ, ସନ୍ତୋଷ ଓଝା, ସଞ୍ଜୟ ବେହେରା, ଗିରିଧାରି ମଲ୍ଲିକ, ଦେବବ୍ରତ ମଲ୍ଲିକ, ରମେଶ ଚନ୍ଦ୍ର ସାହୁ, ଶୈଳବାଳା ବେହେରା, କୁନିଲତା ବେହେରା, ପଦ୍ମିନୀ ମିଶ୍ର, ସୁମିତ୍ରା ବାରିକ, ସୁଷମା ଦାଶ, ଚଗଲି ମଳିକ, ଡଲିପ୍ରଭା ମଳିକ, ସୀମାରାଣୀ ସେଠୀ, ମାଳତି ପ୍ରଧାନ, ସହଦେବ ବେହେରା, ଶୁଭଦର୍ଶିନୀ ସାମଲଙ୍କୁ ଆବାହକ ମଣ୍ଡଳୀର ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । ଆଗାମୀ ଦନରେ କାରିଗର ଭାଇ ଭଉଣୀମାନେ ସଂଗଠିତ ହୋଇ ରହିବା ସହିତ ଏକ ମନ ଏକ ପ୍ରାଣରେ ସଂଘ ପାଇଁ କାମ କରିବାକୁ ଶପଥ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୀନତି ପଣ୍ଡା, ପାର୍ବତୀ ସାହୁ, ଲକ୍ଷ୍ମୀଧର ମଳିକ, ଲକ୍ଷ୍ମୀ ବେହେରା, ରଶ୍ମିତା ନାୟକ, ଚନ୍ଦନ ମଳିକ, ବାବୁ ମଳିକ, ଜଗନ୍ନାଥ ଦାସ, ଭାନୁପ୍ରଭା ମଳିକ, ସରସ୍ୱତୀ ଓଝା, ସୁଜିତା ଜେନା ପ୍ରମୁଖ ବିଭିନ୍ନ ଅନୁଷ୍ଠାନର ଏମ୍ସିପି ଓ କାରିଗର ଯୋଗଦେଇ ଆଲୋଚନାର ଅଂଶଗ୍ରହଣ କରିଥିଲେ । ପୁଷ୍ପାଞ୍ଜଳୀ ଦାଶ ଧନ୍ୟବାଦ ଦେଇଥିଲେ ।