ଘରୋଇ କଳିର କରୁଣ ପରିଣତି ,ସ୍ୱାମୀର କଟୁରୀ ଚୋଟରେ : ସ୍ତ୍ରୀ ଓ ଶାଶୂ ଗୁରୁତର

ଆନନ୍ଦପୁର : ଘରୋଇ କଳିର କରୁଣ ପରିଣତି. ଉତ୍ୟକ୍ତ ସ୍ୱାମୀର କଟୁରୀ ଆକ୍ରମଣରେ ସ୍ତ୍ରୀ  ଗୌରୀ ପାତ୍ର ଏବଂ ଶାଶୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିସôାଳୟ ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନ୍ତରିତ କରାଯାଇଛି  । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ସୋସ ଥାନା ଅନ୍ତର୍ଗତ ବାଲିବରେଇ ଗ୍ରାମର ପାତ୍ର ସାହିରେ  । ସୂଚନା ଅନୁଯାୟୀ ହରେକୃଷ୍ଣ ନାଇକଙ୍କର ଦୁଇ ଜଣ ପନôୀ ଅଛନ୍ତି  । ଗୌରୀ ହେଉଛନ୍ତି ହରେକୃଷ୍ଣଙ୍କର ଦ୍ୱିତୀୟ ପନôୀ. ତେବେ ଗୌରୀଙ୍କର ଗୋଟିଏ ଛୁଆ ଟିଏ ଜନ୍ମ ହୋଇଥିଲା  । ହରେକୃଷ୍ଣ ଏହି ଛୁଆଟିକୁ ସ୍ୱାମୀ ତାଙ୍କ ପାଖକୁ ନେଇଯାଇଥିଲେ  । ମାତ୍ର ଏହାକୁ ଦ୍ୱିତୀୟ ପନôୀ ଗୌରୀ ଏବଂ ଶାଶୁ ବିରୋଧ କରିଥିଲେ  । ଘଟଣା ସମ୍ପର୍କରେ ଉଭୟ ପନôୀ ଏବଂ ଶାଶୁ ସୋସ ଥାନାରେ ଅଭିଯୋଗ କରିଥିଲେ  । ସୋସ ଥାନା ଅଧିକାରୀ ହରେକୃଷ୍ଣକୁ ଡକାଇ ଉଭୟ ପକ୍ଷଙ୍କ ମଧ୍ୟ୍ୟରେ ସମାଧାନ କରାଇଥିଲେ  । ଛୁଆଟିକୁ ହରେକୃଷ୍ଣ ଫେରାଇ ଦେଇଥିଲା କିନ୍ତୁ ମନ ଭିତରେ ରାଗ ଭରି ଯାଇଥିଲା  । ଗତକାଲି ରାତିରେ ହରେକୃଷ୍ଣ ନିଶାସକ୍ତ ହୋଇ ଘରକୁ ଆସି ପନôୀ ଏବଂ ଶାଶୁଙ୍କୁ କଟୁରୀରେ ଆକ୍ରମଣ କରିଥିଲେ  । ଘଟଣାସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ଉଭୟ ପନôୀ ଏବଂ ଶାଶୁ ଙ୍କୁ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିସôାଳୟ ରେ ଭର୍ତି ହୋଇଥିଲେ ଚିକିତ୍ସାରେ ସୁଧାର ନଆସିବାରୁ ଉଭୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି  । ସୋସ ପୁଲିସ ହରେକୃଷ୍ଣକୁ ଅଟକ ରଖି ଘଟଣାର ଛାନଭିନ ଆରମ୍ଭ କରିଛି  ।