ନବବଧୂ ହତ୍ୟା ଅଭିଯୋଗରେ ସ୍ୱାମୀ ଅଟକ

ଧର୍ମଶାଳା: ଧର୍ମଶାଳା ଥାନା ପଟୁଣିଆ ପଂଚାୟତ ଗଲଗଲି ଶଙ୍ଖ ଗ୍ରାମରେ ଜନୈକା ନବ ବଧୁକୁ ଶାଶୁ ଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତ ମୁତାବକ ଅଚୁତପୂର ଗ୍ରାମର ହରିହର ବାରିକଙ୍କ ସାନ ଝିଅ କିରଣପ୍ରଭାଙ୍କ ଶଙ୍ଖ ଗ୍ରାମର ସ୍ୱର୍ଗତ ନରହରି ଜେନାଙ୍କ ପୁଅ ଶ୍ରୀକାନ୍ତଙ୍କ ସହିତ ଚଳିତ ବର୍ଷ ଜୁନ ମାସ ୪ ତାରିଖରେ ଚଣ୍ଡିଖୋଲ ସ୍ଥିତ ମହାବିନାୟକ ମନ୍ଦିରରରେ ହିନ୍ଦୁ ରୀତି ନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ପୂର୍ବରୁ ଉଭୟ ପୁଅ ଝିଅ ପରସ୍ପରକୁ ଭଲ ପାଉଥିଲେ ଏବଂ ବିବାହ କରିବାକୁ ଜିଦ କରିବସିଥିଲେ । ହେଲେ ପୁଅ ଖଣ୍ଡାୟତ ଓ ଝିଅ ବାରିକ ଘରର ହୋଇଥିବାରୁ ଉଭୟ ପରିବାର ବିବାହ ପାଇଁ ରାଜି ହୋନଥିଲେ । ହେଲେ ଉଭୟେ ବିବାହ ପାଇଁ ଜିଦ ଧରିବାରୁ ସହମତିରେ ବିବାହ ହୋଇଥିଲା । ବିବାହ ପରେ ଝିଅକୁ ତାର ବାପଘର ସହିତ କଥା ହେବା ଲାଗି ଝିଅର ଶାଶୁଘର ଲୋକେ ବାରଣ କରିଥିଲେ । ଏପରିକି ଝିଅକୁ ତାର ବାବା ଘରକୁ ନଯିବା ଲାଗି ତାଗିତ କରିଥିଲେ । ବିବାହ ସମୟରେ କନ୍ୟାପିତା ସମସ୍ତ ଜାନି ଯୌତୁକ ଦେଇଥିବା ବେଳେ ଶାଶୁଘର ଲୋକେ ଅଧିକ ଯୌତୁକ ଆଣିବାକୁ ବୋହୁ ଉପରେ ଚାପ ପକାଉଥିଲେ । ଯାହାକୁ ନେଇ ଶାଶୁଘର ଲୋକେ ତାକୁ ହତ୍ୟା କରି ଘରେ ଟାଙ୍ଗି ଦେଇ ଅତ୍ମହତ୍ୟାର ରୁପ ଦେବାକୁ ଚେଷ୍ଟା କରିଛନ୍ତି ବୋଲି ଝିଅର ବାପା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ୪୨୨/୨୫ରେ ଏକ ହତ୍ୟା ମାମଲା ରୁଜୁ କରି ମୃତ କିରଣପ୍ରଭାର ସ୍ୱାମୀ ଶ୍ରୀକାନ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ସହ ସାଇନଟିଫିକ ଟିମ ସହ ଘଟଣାର ତଦନ୍ତ କରିଛି ବୋଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝି ସୂଚନା ଦେଇଛନ୍ତି ।