ପୁସ୍ତକ "ସେବା ସୌରଭ’ ଉନ୍ମୋଚିତ 

 ଧର୍ମଶାଳା : ଚୋରମୁହାଁ ପଞ୍ଚାୟତ ନାଉପାଳ ଗ୍ରାମର ସମାଜସେବୀ ତଥା ଆଶୁକବି ଗୋଲକ ଚନ୍ଦ୍ର ପଲେଇଙ୍କ ୧୧ତମ ସେବା ମୂଳକ ପୁସ୍ତକ "ସେବା ସୌରଭ’ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ଶିଶୁ ସାହିତି୍ୟକ ଡ଼କ୍ଟର ରାଜକିଶୋର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ଡ଼କ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ ଓ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସ୍ୱାଇଁ ଯୋଗ ଦେଇଥିଲେ । ହରିଶଙ୍କର ମହାବିଦ୍ୟାଳୟର ଅଧ୍ୟକ୍ଷ ବଳଭଦ୍ର ଦାଶ, କଥାଶିଳ୍ପୀ ଅର୍ଜ୍ଜୁନ ପୃଷ୍ଟି, କବି ବିଜୟ କୁମାର ଦେବତା ଓ ସମ୍ଭବ ସଂପାଦକ ଅଖିଳ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ପଲେଇଙ୍କ ସେବା ଓ ସାହିତ୍ୟକୃତି ଉପରେ ଆଲୋଚନା କରିଥିଲେ । ଏହି ଅବସରରେ "ସେବା ସୌରଭ" କବିତା ପୁସ୍ତକକୁ ଅତିଥିମାନେ ଉନ୍ମୋଚିତ କରିଥିଲେ । ଆଶୁକବି ଗୋଲକ ପଲେଇ ତାଙ୍କ ଜୀବନରେ ଅଙ୍ଗେନିଭା ଘଟଣା ଗୁଡିକ ଉପରେ ଆଲୋଚନା କରିଥିଲେ । ତାଙ୍କ ଧର୍ମପନôୀ ଲକ୍ଷ୍ମୀପ୍ରିୟା ପଲେଇ ମଞ୍ଚାସୀନ ହୋଇଥିଲେ । କବି ପ୍ରେମଲତା ମହାରଣା ସଭା ପରିଚାଳନା କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଚିତରଂଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ସରୋଜିନୀ ପଣ୍ଡା ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ନ୍ୟାୟମୂର୍ତ୍ତୀ ଜନ୍ମେଜୟ ପଲେଇ ଧନ୍ୟବାଦ ଦେଇଥିଲେ ।