ଗୋପବନ୍ଧୁଙ୍କ ଶ୍ରାଦେ୍ଧାସବ ଉପଲକ୍ଷେ କ୍ରୀଡ଼ା ପ୍ରତିଯୋଗିତା

 ଆସିକା  : ଆସନ୍ତା ଜୁନ୍ ୨୬ ତାରିଖରେ ପାଳିତ ହେବାକୁ ଥିବା ପଣ୍ଡିତ ଉକôଳମଣି ଗୋପବନ୍ଧୁ ଦାଶଙ୍କ ୯୭ତମ ଶ୍ରାଦେ୍ଧାସôବ ଉପଲକ୍ଷେ  ସ୍ଥାନୀୟ ହରିହର ହାଇସ୍କୁଲ ପରିସରରେ ଆସିକାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି  । କନିଷ୍ଠ ଓ ବରିଷ୍ଠ ବର୍ଗରେ ‘ଆଜିର ଓଡ଼ିଶାରେ ଗୋପବନ୍ଧୁଙ୍କ ଆବଶ୍ୟକତା ଅଛି କି’ ଓ ‘ଗୋପବନ୍ଧୁ ସତେ କଣ ଉକôଳର ମଣି’ ଶୀର୍ଷକ ବିଷୟବସ୍ତୁକୁ ନେଇ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ମାନବସେବା ସମିତିର ଆବାହକ ଗଣେଶ ରଥ ଓ ସକ୍ରିୟ ସଦସ୍ୟ ତଥା ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗାପ୍ରସାଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିଯୋଗିତାର କନିଷ୍ଠ ବର୍ଗରେ ୩ ଜଣ ଓ ବରିଷ୍ଠ ବର୍ଗରେ ୧୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ବରିଷ୍ଠ ବର୍ଗରେ ନଳବଣ୍ଟା ପଞ୍ଚାୟତ ହାଇସ୍କୁଲର ବିଦ୍ୟାର୍ଥୀ ସୁଧାଂଶୁବାଳା ଗୌଡ ପ୍ରଥମ, ଆଲିପୁର ଶ୍ରୀକ୍ଷେତ୍ର ପଞ୍ଚାୟତ ହାଇସ୍କୁଲର ଛାତ୍ରୀ ସୁନିତା ବେହେରା ଦ୍ୱିତୀୟ ଏବଂ କର୍ଣ୍ଣଳୀ ସାରସ୍ୱତୀ ବିଦ୍ୟାନିକେତନର ଛାତ୍ରୀ ସ୍ନେହଲତା ଗୌଡ ତୃତୀୟ ସ୍ଥାନ ହାସଲ କରିଥିଲେ । କନିଷ୍ଠ ବର୍ଗରେ ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିରର ଷଷ୍ଠ ଶ୍ରେଣୀର ମେଧାବୀ ଛାତ୍ର ଅଂଶୁମାନ୍ ହୋତା ପ୍ରଥମ ଏବଂ ସପ୍ତମ ଶ୍ରେଣୀର ଛାତ୍ରୀ ପ୍ରତ୍ୟାଶା ଚୌଧୁରୀ ଦ୍ୱିତୀୟ ଓ କାଳଷଣ୍ଢପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ସୁଧାଂଶୁ ନାହାକ ତୃତୀୟ ସ୍ଥାନ ହାସଲ କରିଥିଲେ । ବିଚାରକ ରୂପେ ଶିକ୍ଷୟିତ୍ରୀ ରଜନୀରାଣୀ ଦାଶ, ଗାୟତ୍ରୀ ପାତ୍ର, କେ.ଲିଲାବତୀ ଦେବୀ ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରତିଯୋଗିତାକୁ ହରିହର ହାଇସ୍କୁଲର ପ୍ରଧାନଶିକ୍ଷକ ଅଶୋକ କୁମାର ପାଢୀ, ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗାପ୍ରସାଦ ପଣ୍ଡା, ଶିକ୍ଷକ ସତ୍ୟପ୍ରିୟ ରଥ, ରମାକାନ୍ତ ମହାନ୍ତି, ପ୍ରଶାନ୍ତ କୁମାର ନାୟକ, ସୁଶାନ୍ତ କୁମାର ପଣ୍ଡାଙ୍କ ସମେତ ବହୁ ଶିକ୍ଷକ  ସହଯୋଗ କରିଥିଲେ  ।