ବେଙ୍ଗାଲୁରୁ ଓଡ଼ିଆ ଝିଅଙ୍କ ସଫଳତା
ବରଗଡ : ବେଙ୍ଗାଲୁରୁ ମାରାଥନରେ ଓଡିଆ ଝିଅ ଅଙ୍କିତା ଶତପଥୀ ସଫଳତା ହାସଲ କରିଛନ୍ତି । ରବିବାର ବେଙ୍ଗାଲୁରୁରେ ଅନୁଷ୍ଠିତ ଟିସିଏସ ୱାଲ୍ଡ ଟେନ କେ ବେଙ୍ଗୁଲୁରୁ ୨୦୨୫ ମାରାଥନରେ ବରଗଡର ଅଙ୍କିତା ଭାଗ ନେଇ ପୁରସ୍କୃତ ହୋଇଛନ୍ତି । ସଫ୍ଟୱେର ଇଞ୍ଜିନିୟର ଅଙ୍କିତା ବରଗଡ ଜିଲା ପାଇକମାଲର ସମାଜସେବୀ ବଡ ଶତପଥୀଙ୍କ ଝିଅ । ସେ ଟିସିଏସ ୱାର୍ଲଡ ଟେନକେ ବେଙ୍ଗାଲୁରୁ ୨୦୨୫ ତରଫରୁ ହେଉଥିବା ମାରାଥନ ଦୌଡରେ ଭାଗ ନେଇ ରାଜେନ୍ଦ୍ର ସିଂଜୀ ଆର୍ମି ଅଫିସର ଲନଷ୍ଟିଚୁ୍ୟଟ କ୍ରିକେଟ ଗ୍ରାଉଣ୍ଡରୁ ବାହାରି ଦୀର୍ଘ ଦଶ କିଲୋମିଟର ରାସ୍ତା ଦୌଡି ଏକ ଘଣ୍ଟା ପନ୍ଦର ମିନିଟରେ ସମ୍ପୂର୍ଣ କରି ପୁରସ୍କୃତ ହୋଇଥିଲେ । ଯାହାକୁ ନେଇ ବେଙ୍ଗୁଲୁରୁର ତାଙ୍କ ସାଙ୍ଗ ସାଥି ତଥା ଓଡିଆ ପରିବାର ତରଫରୁ ଅଭିନନ୍ଦନ ଜଣାଇଥିଲେ ଥିଲେ । ଏହି ମାରାଥନରେ ୧୬ରୁ ୬୦ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୩୫ ହଜାର ଯୁବକ, ଯୁବତୀ, ବୃଦ୍ଧ ବୃଦ୍ଧା ଭାଗ ନେଇ ଥିଲେ ।
 
 Rasmita Behera
                                    Rasmita Behera                                 
    
             
    
             
    
             
    
 
    
 
 
 
