ଗୋରୁ ବୋଝେଇ କଣ୍ଟେନର ଜବତ : ଉଦ୍ଧାର ହେଲେ ୪୮ ଜୀବନ୍ତ ଓ ୨୨ ମୃତ ଗୋରୁ

ବାଲିଚନ୍ଦ୍ରପୁର : ବଡ଼ଚଣାରୁ ଗୋରୁ ବୋଝେଇ କଣ୍ଟେନର ଜବତ । ଗତକାଲି ରାତି ୨ଟାରେ ବଡ଼ଚଣା ଥାନା ୫୩ ନମ୍ବର ଜାତୀୟ ରାଜପଥ ବେଣାପୁର ଛକ ଦେଇ ବେଆଇନ ଭାବେ କଣ୍ଟେନର ଯାଉଥିବା ଖବର ପାଇ ବଡ଼ଚଣା ଥାନା ପୁଲିସ କଣ୍ଟେନରକୁ ପିଛା କରିଥିଲେ। ତେବେ ଚାଳକ ଖଇରା ନିକଟରେ କଣ୍ଟେନର ଛାଡ଼ି ଫେରାର ହୋଇ ଯାଇଥିବା ଜଣାଯାଇଛି ।

 ବଡ଼ଚଣାରେ ଗୋରୁ ବୋଝେଇ କଣ୍ଟେନରକୁ ପିଛା କରି ଧରିଲା ପୁଲିସ, ଉଦ୍ଧାର ହେଲେ ୪୮ ଜୀବନ୍ତ ଓ ୨୨ ମୃତ ଗୋରୁ

 କଣ୍ଟେନରରେ ୭୦ ଗୋରୁ ଥିବାବେଳେ ସେଥିମଧ୍ୟରୁ ୨୨ ଟି ଗୋରୁ ମୃତ ଅବସ୍ଥାରେ ଥିଲେ। କଣ୍ଟେନରକୁ ଜବତ କରିବା ସହ ମୃତ ଗୋରୁଙ୍କୁ ପୁଲିସ ସତ୍କାର କରିଥିଲେ । ଅନ୍ୟ ଗୋରୁଙ୍କୁ ଗୋଶାଳାରେ ଛାଡ଼ିଥିବା ଜଣାଯାଇଛି।