ଶିକ୍ଷା ବିଭାଗ ଅଧିକାରୀଙ୍କ ବିୟୋଗ

ନୂଆପଡା : ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗରେ କାର୍ଯ୍ୟ କରୁଥିବା କର୍ଣ୍ଣନିଧି ଶବରଙ୍କର ରାୟପୁର ଠାରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ବର୍ତ୍ତମାନ କୋମନା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବଡ଼ବାବୁ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି । ନୂଆପଡା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କର୍ଣ୍ଣଧାରଙ୍କ ବିୟୋଗ ସମସ୍ତ ଶିକ୍ଷକ ସମାଜ ପାଇଁଏକ ଦୁଃଖଦ ଖବର ବୋଲି ପ୍ରକାଶ କରିଛନ୍ତି ।