ଗୋଶାଳାରେ ବୃକ୍ଷରୋପଣ

 ବଲାଙ୍ଗିର :  ବଲାଙ୍ଗିର ସୁବର୍ଣ୍ଣପୁର ରାସ୍ତାରେ ଥିବା ବିଛୁପାଲୀ ଶ୍ରୀ ସୁରଭି ଗୋସେବା ଧାମ ଠାରେ ବନ ମହୋତ୍ସବ ପରିପ୍ରେକ୍ଷୀରେ ବଲାଙ୍ଗିର ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓ ଗାୟତ୍ରୀ ପରିବାର ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବନ ବିଭାଗ ସହଯୋଗରେ ବନପାଳ ବ୍ୟାସଦେବ ସାହୁ  ଓ ଆନନ୍ଦ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ବିଭିନ୍ନ କିସମର ଶତାଧିକ ଚାରାରୋପଣ କରାଯାଇଥିଲା । ଗ୍ରାହକ ପଞ୍ଚାୟତ ପ୍ରାନ୍ତ ସଭାପତି କିଶୋର ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ମାଣିକ ଲାଲ ବର୍ମା, ବଲାଙ୍ଗିର ସଭାପତି ଗୋପବନ୍ଧୁ ଶତପଥୀ, କୋଷାଧ୍ୟକ୍ଷ ନବକୃଷ୍ଣ ପଟେଲ,  ନିହାରିକା ମିଶ୍ର, ରାମ ଶତପଥି ଓ ଅନ୍ୟ ସଦସ୍ୟମାନେ ଯୋଗ ଦେଇ ଚାରାଗୁଡ଼ିକ ରୋପଣ କରିଥିଲେ ।  ଗାୟତ୍ରୀ ପରିବାରର ମୋକ୍ଷଦା ଶର୍ମା, ବୀଣାପାଣି ଆଚାର୍ଯ୍ୟ, କମ୍ବୁ ପାଣି ଆଚାର୍ଯ୍ୟ, ନଳିନୀ ତ୍ରିପାଠୀ, ସ୍ମିତା ମହାରଣା , ଭୁବନେଶ୍ୱରୀ ନାଗଙ୍କ ସମେତ ଅନ୍ୟ ଭଉଣୀମାନେ ଯୋଗ ଦେଇଥିଲେ । ଗୋଶାଳା ତତ୍ତ୍ୱାବଧାରକ  ତ୍ରିଲୋଚନ ମେହେର ଓ  ସହଯୋଗୀ କାର୍ଯ୍ୟକ୍ରମରେ ସହଯୋଗ କରିଥଲେ ।