ଛୁଆ ବଦଳରେ ମା’କୁ ଇଞ୍ଜେକସନ୍ ଦେବା ଘଟଣା : ଜିଲ୍ଲା ପ୍ରଶାସନର ତଦନ୍ତ, ହଟହଟା ନର୍ସ

 ନୂଆପଡା : ଛୁଆକୁ ଇଞ୍ଜେକସନ୍ ଦେବା ବଦଳରେ ମା’କୁ ଇଞ୍ଜେକସନ୍ ଦେଇ ହଟହଟା ସରକାରୀ ନର୍ସ ରଶ୍ମିତା ପଣ୍ଡା । ଏହି ଘଟଣାକୁ ନେଇ କଂଗ୍ରେସ ଦଳ କାର୍ଯ୍ୟାନୁଷ୍ଠାନ ଦାବି କରିଥିବାବେଳେ ନୂଆପଡା ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛି । 
ପ୍ରକାଶ ଯେ, ଗତ ୧୧ ତାରିଖ ଦିନ ଖଡିଆଳ ବ୍ଲକ ବରଗାଁର ଅଞ୍ଜୁ ତାଣ୍ଡି ନିଜ ୨ ବର୍ଷର ପୁଅ ଡୁଲେଶ୍ୱରକୁ ଜ୍ୱର ହେବାରୁ ଚିକିତ୍ସା ପାଇଁ ଖଡିଆଳ ସବ୍ଡିଭିଜନାଲ ହସ୍ପିଟାଲକୁ ଆସିଥିଲେ । ସେଠାରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମହିନ୍ଦ୍ର ମାଝିଙ୍କୁ ଦେଖାଇଥିବାବେଳେ ଡାକ୍ତର ଶିଶୁଟିକୁ ଇଞ୍ଜେକସନ୍  ଦେବା ପାଇଁ ନର୍ସକୁ କହିଥିଲେ । ହେଲେ ନର୍ସ ରଶ୍ମିତା ପଣ୍ଡା ଶିଶୁକୁ ଇଞ୍ଜେକସନ୍ ଦେବା ବଦଳରେ ତାର ମା’ ଅଞ୍ଜୁ ତାଣ୍ଡିଙ୍କୁ ଇଞ୍ଜେକସନ୍ ଦେଇଥିବା ଅଞ୍ଜୁ ତାଣ୍ଡିି ଅଭିଯୋଗ କରିଛନ୍ତି । ହେଲେ ଏହାକୁ ନର୍ସ ରଶ୍ମିତା ପଣ୍ଡା ଅସ୍ୱୀକାର କରିଛନ୍ତି । ଏହି ଖବରଟି ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ନୂଆପଡା ଜିଲ୍ଲାପାଳ ମଧୁସୁଦନ ଦାସ ଘଟଣାର ସତ୍ୟାସତ୍ୟ  ତଦନ୍ତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳକୁ ନିଦେ୍ର୍ଦଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ସିଡିଏମଓ ମନୋଜ ସାହୁ ସମେତ ଏକ ଟିମ୍ ଖଡିଆଳ ସବ୍ଡିଭିଜନ ହସପିଟାଲକୁ ଆସି ତଦନ୍ତ କରିଥିଲେ । ଏହି ଖବର ପାଇବା ପରେ ଖଡିଆଳ ବିଧାୟକ ପ୍ରାର୍ଥୀ କମଲ ଚରଣ ତାଣ୍ଡି ଓ କଂଗ୍ରେସ ନେତା ପ୍ରବିଣ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ  କର୍ମୀମାନେ  ବହୁ ସଂଖ୍ୟାରେ ଆସି ଖଡିଆଳ ସବ୍ଡିଭିଜନାଲ ହସ୍ପିଟାଲରେ ପହଞ୍ଚô ବିକ୍ଷୋଭ ପ୍ରଦର୍ଶନ କରି ଥିବାବେଳେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ । କଂଗ୍ରେସ ନେତାମାନେ ଇଞ୍ଜେକସନ୍ରେ ଅସୁୁୁସ୍ଥ ମହିଲା ଅଂଜୁ ତାଣ୍ଡିକୁ କ୍ଷତିପୂରଣ ଓ ଦାୟିତ୍ୱରେ ଥିବା ନର୍ସ ଓ ଡାକ୍ତର ବିରୁଦ୍ଧରେ କାର୍ଯ୍ୟାନଷ୍ଠାନ ଦାବି କରିଥିଲେ । ନୂଆପଡା ଅତିରିକ୍ତ ଜିଲ୍ଲାପାଳ ସୁବାସ ରଇତ ତଦନ୍ତ ସରିବା ପରେ ଜିଲ୍ଲାପାଳକୁ ଏହାର ରିପୋର୍ଟ ଦେବେ ବୋଲି କହିଛନ୍ତି । ତେବେ ଜିଲ୍ଲାପାଳ ମଧୁସୁଦନ ଦାସ ଏହି ଇଞ୍ଜେକସନ୍ ଘଟଣା ଉପରେ କ’ଣ ପଦକ୍ଷେପ ଗ୍ରହଣ କରିବେ ତାହା ଆଗକୁ ଜଣା ପଡିଯିବ ।