ଯକ୍ଷ୍ମା ବିଲୋପ ସଚେତନତା ଅଭିଯାନ 

ଜଟଣୀ : ଯକ୍ଷ୍ମା ଦୂର କରି ସାରା ଦେଶରେ ଜନସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ପ୍ରତିଶ୍ରୁତିର ଏକ ଅଂଶ ଭାବରେ ଖୋର୍ଦ୍ଧାରୋଡ ମଣ୍ଡଳ ମେଡିକାଲ୍ ବିଭାଗ ପକ୍ଷରୁ ଖୋର୍ଦ୍ଧାରୋଡ ରେଳ ଷ୍ଟେସନରେ ଯକ୍ଷ୍ମା ବିଲୋପ ଉପରେ ଏକ ସଚେତନତା ଅଭିଯାନର ଆୟୋଜନ କରାଯାଇଛି । ଏହି ପଦକ୍ଷେପ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା, ଯକ୍ଷ୍ମା ବିଲୋପ ଉପରେ ଚାଲୁଥିବା ୧୦୦ ଦିନର ତୀବ୍ର ଅଭିଯାନର ଏକ ଅଂଶ । ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍ଏସ୍ ବାଜୱା, ପିକେ. ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି), ଖୋର୍ଦ୍ଧାରୋଡ୍ ମଣ୍ଡଳର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡ. ଶରଥ ବାବୁ, ଖୋର୍ଦ୍ଧାରୋଡ ରେଲୱେ ହସ୍ପିଟାଲର ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀ, ଶାଖା ଅଧିକାରୀ ଏବଂ ସ୍କାଉଟ୍-ଗାଇଡ୍ ପିଲାମାନେ, ଏହି ଯକ୍ଷ୍ମା ବିଲୋପ ଅଭିଯାନରେ ଅଂଶଗ୍ରହଣ କରିଥିଲେ ।