ଗ୍ରାମାଞ୍ଚଳର ବିକାଶ ପାଇଁ ଜେଏସ୍ଡବ୍ଲୁ୍ୟ ପ୍ରତିଶ୍ରୁତିବଦ୍ଧ

 ପାରାଦୀପ:  ଜେଏସ୍ଡବ୍ଲୁ୍ୟ ପ୍ରକଳ୍ପ ପକ୍ଷରୁ ସ୍ଥାନୀୟ ଢ଼ିଙ୍କିଆ ପଞ୍ଚାୟତ ମାହାଳ ଗାଁରେ ଏକ କମୁ୍ୟନିଟି ସେଣ୍ଟରର ଶୁଭ ଉଦଘାଟନ ହୋଇଯାଇଛି । ଜେଏସ୍ଡବ୍ଲୁ୍ୟ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ଏହି କମୁ୍ୟନିଟି ସେଣ୍ଟରର ଶୁଭ ଉଦଘାଟନ ଅବସରରେ ଜେଏସ୍ଡବ୍ଲୁ୍ୟ ସିଇଓ ପବିତ୍ର କୁମାର ଓ ଜେଏସ୍ଡବ୍ଲୁ୍ୟ ଉକôଳ ଷ୍ଟିଲର ପାରାଦ୍ୱୀପ କାର୍ଯ୍ୟଳୟର ପ୍ରଶାସନିକ ମୁଖ୍ୟ ଧନଞ୍ଜୟ କୁମାର ସିହ୍ନା ଉପସ୍ଥିତ ଥିଲେ । ଏହି ସେଣ୍ଟରରେ ସ୍ଥାନୀୟ ଅଞ୍ଚଳର ଛୋଟ ଛୋଟ ସଭା ସମିତି, ଆଲୋଚନାଚକ୍ର, ବୈଠକ, ସ୍ୱୟଂ ସହାୟିକା ମହିଳାମାନଙ୍କ ଗୋଷ୍ଠୀଗତ ଆଲୋଚନା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଭଳି ବହୁ କାର୍ଯ୍ୟକ୍ରମ ସୁଚାରୁରୂପେ ହୋଇ ପାରିବା ଭଳି ସ୍ଥାନ ରହିଛି । ଏହି କମୁ୍ୟନିଟି ସେଣ୍ଟରଟିର ଏରିଆ ୧୩୭୮ ବର୍ଗ ଫୁଟ ରହିଥିବା ବେଳେ ଏହା ସ୍ଥାନୀୟ ଅଞ୍ଚଳର ଠିକାଦାରଙ୍କ ଦ୍ୱାରା ନିର୍ମାଣ କରାଯାଇଛି । ଏହି ସେଣ୍ଟର ଉଦଘାଟନ ଅବସରରେ  ଜେଏସ୍ଡବ୍ଲୁ୍ୟ ସିଏସଆରର ଓଡିଶା ମୁଖ୍ୟ ପ୍ରଶାନ୍ତ ବିଶ୍ୱାଳ, ସ୍ଥାନୀୟ ପାରାଦ୍ୱୀପ କାର୍ଯ୍ୟାଳୟର ମୁଖ୍ୟ ଅଭିଜିତ ମହାନ୍ତିଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ଥିଲେ । ଦୀର୍ଘ ଦିନ ଧରି ଏହି ଗାଁଟି ଅନେକ ଉନ୍ନୟନ କାର୍ଯ୍ୟରୁ ବଞ୍ଚôତ ହୋଇ ଆସୁଥିବା ବେଳେ ଏହି ଗାଁରେ ଏକ କମୁ୍ୟନିଟି ସେଣ୍ଟର ନିର୍ମାଣ ଲାଗି ସ୍ଥାନୀୟ ଗ୍ରାମବାସୀ ମାନେ ଦାବି କରି ଆସୁଥିଲେ । ଏହାକୁ  ଦୃଷ୍ଟିରେ ରଖି ଜେଏସ୍ଡବ୍ଲୁ୍ୟ ଫାଉଣ୍ଡେସନ ପକ୍ଷରୁ ଗ୍ରାମବାସୀଙ୍କ ପରାମର୍ଶ କ୍ରମେ ସ୍ଥାନ ନିରୂପଣ କରାଯାଇଥିଲା । ଏଭଳି ଜନହିତକର କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳର  ମା' ରାମଚଣ୍ଡୀ ଗ୍ରାମ୍ୟ ସୁରକ୍ଷା ସମିତିର ସମ୍ପାଦକ ଭ୍ରମରବର ସେଠୀ ଜେଏସ୍ଡବ୍ଲୁ୍ୟକୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ସ୍ଥାନୀୟ ଲୋକଙ୍କ ଏଭଳି ସହଯୋଗ ରହିଲେ ଆଗାମୀ ଦିନରେ ତିନି ପଞ୍ଚାୟତରେ ଅନେକ କିଛି ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।