ଗ୍ରାହକ ସାଜି ଲୁଟୁଥିଲା ଅଳଙ୍କାର ; ଥାନାରେ ଯୁବକ ଅଟକ
ବ୍ୟାସନଗର : ପୌରାଞ୍ଚଳ ଡ଼ାକବଙ୍ଗଳା ଛକଠାରେ ଥିବା କ୍ରିଷ୍ଣା ଅଳଙ୍କାରରୁ ଗ୍ରାହକ ସାଜି ଅଳଙ୍କାର ଲୁଟୁଥିବା ଜଣେ ଯୁବକକୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି । ଯୁବକ ନନ୍ଦିପଦା ଥାନା ଅନ୍ତର୍ଗତ କଳିଗାଁର ସୋମନାଥ ପଣ୍ଡାଙ୍କ ପୁଅ ସୁନିଲ(୨୧) ହୋଇଥିବା ବେଳେ ସେ ଦିନ ପ୍ରାୟ ୪ଘଟିକା ସମୟରେ ଏକ ବାଇକ୍ରେ ଅନ୍ୟଜଣକ ସହ ଆସି କ୍ରିଷ୍ଣା ଅଳଙ୍କାରେ ପହଁଚିଥିଲେ । ସୁନିଲ ଦୋକାନ କର୍ମଚାରୀଙ୍କୁ ଗୋଟିଏ ମୁଦି ଦେଖାଇବାକୁ କହିବାରୁ କର୍ମଚାରୀ ୩ଟି ମୁଦ ଟ୍ରେ ଭର୍ତି ଦେଖାଇଥିଲେ । କର୍ମଚାରୀଙ୍କୁ ଓଜନ, ମୂଲ୍ୟ ପଚାରିବା ଭିତରେ ଗୋଟିଏ ମୁଦି ପକେଟରେ ଚଞ୍ଚକତା ସହିତ ପୁରାଇ ଦେଇଥିଲା ସୁନିଲ । ତେବେ କର୍ମଚାରୀ ଗୋଟିଏ ମୁଦି କମ୍ଥିବାରୁ ସୁନିଲକୁ ପଚାରିଥିଲେ । କିନ୍ତୁ ସୁନିଲ ମନାକରିବାରୁ କର୍ମଚାରୀ ତୁରନ୍ତ ସିସିଟିଭି ଦେଖିଲେ । ସିସିଟିଭି ଦେଖିବାରେ ସୁନିଲ ମୁଦି ପକେଟରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଥିଲା । କର୍ମଚାରୀ ଏବଂ ମାଲିକ ଅଜୟ କୁମାର ବୋଇତାଇ ସୁନିଲକୁ ଅଟକ ରଖି ଯାଜପୁର ରୋଡ଼ ପୁଲିସକୁ ଖବର କରିଥିଲେ । ପୁଲିସ ପହଁଚି ସୁନିଲ ଏବଂ ତାର ସାଙ୍ଗକୁ ଧରି ନେଇଥିବା ବେଳେ ମାଲିକ ସୁନିଲ ନାମରେ ଏତଲା କରିଛନ୍ତି । ପୁଲିସ ସୁନିଲକୁ ଅଟକ ରଖି ପଚରା ଉଚରା କରୁଛି ।