ତାର୍ପଲିନ ତେଲ ଜବତ, ଲୁଟେରା ଗିରଫ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରାଞ୍ଚଳ ତଥା ହିଞ୍ଜିଳି ଥାନା ଆଙ୍କେରଡା ଗ୍ରାମର ଏକ ଫିନାଇଲ୍ ତିଆରି କାରଖାନାରୁ ବୁଧବାର ଭୋରରୁ ଚୋରି ହୋଇଥିଲା । ଘଟଣା ନେଇ କାରଖାନା ମାଲିକ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର- ୫୫୪/୨୫ ରେ ଏକ ମାମଲା ରୁଜୁ କରି ଥାନା ଏସଆଇ ତଥା ତଦନ୍ତକାରୀ ଅଧିକାରୀ ରଶ୍ମୀରଞ୍ଜନ ସାମଲ ଘଟଣାର ତଦନ୍ତ ଚଳାଇଥିଲେ । ଶନିବାର ଘଟଣାରେ ସଂପୃକ୍ତଥିବା ୨ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ହିଞ୍ଜିଳି ଥାନା ସିକିରି ଗ୍ରାମର ଚିତ୍ରସେନ ତାଣ୍ଡି (୪୫) ଓ ହିଞ୍ଜିଳିକାଟୁ ପୈାରାଞ୍ଚଳ ଆଙ୍କେରଡା ଗ୍ରାମର କୋରେଶ ସାହୁ (୪୦) । ଗିରଫ ୨ ଲୁଟେରାଙ୍କ ଠାରୁ ୨୪୫ ବୋତଲ ତାର୍ପଲିନ ତେଲ ଜବତ କରାଯାଇଛି । ଗିରଫ ୨ ଲୁଟେରାଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ପ୍ରକାଶ ଯେ, ବୁଧବାର ଭୋର ପ୍ରାୟ ସାଢେ ୩ ଘଣ୍ଟା ସମୟରେ ୨ ଲୁଟେରା ଚିତ୍ରସେନ ଓ କୋରେଶ ସ୍ଥାନୀୟ ପୈାରାଞ୍ଚଳ ଆଙ୍କେରଡା ଗ୍ରାମରେ ଥିବା ସନ୍ତୋଷ ପାଣିଗ୍ରାହୀଙ୍କ ଫିନାଇଲ୍ ତିଆରି କାରଖାନାରେ ପଶି ତାର୍ପୋଲିନ୍ ତେଲ ଚୋରି କରୁଥିବା ବେଳେ କାରଖାନା ମାଲିକଙ୍କ ସ୍ତ୍ରୀ ଚିକôାର କରିବାରୁ ୨ ଲୁଟେରା ଚୋରୀ ସାମଗ୍ରୀ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।