ଗ୍ରୀଡ୍କୋ କାର୍ଯ୍ୟର ସମୀକ୍ଷା କଲେ ଶକ୍ତିମନ୍ତ୍ରୀ: ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ନିଦେ୍ର୍ଦଶ 

 ଭୁବନେଶ୍ୱର : ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରୀଡ଼କୋର ସମସ୍ତ ପ୍ରକଳ୍ପ ଓ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବିଳମ୍ବର କାରଣ ଗୁଡିକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଅନୁଧ୍ୟାନ କରିଛନ୍ତି ଏବଂ ବିଭାଗୀୟ ଅଧିକାରୀ ସହ ଫୋନ ଯୋଗେ କଥା ହୋଇ ତ୍ୱରାନ୍ୱିତ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ରାଜ୍ୟର ଶକ୍ତି ଭିତ୍ତିଭୂମିକୁ ସୁଦୃଢ଼ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସବୁଜ ଲକ୍ଷ୍ୟକୁ ହାସଲ କରିବା ଦିଗରେ ଓଡ଼ିଶା ଅଗ୍ରସର ହେଉଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ତେବେ ଗ୍ରୀଡ଼କୋ ଦ୍ୱାରା ସମୁଦାୟ ୧୦ ହଜାର ୯୬୦ ମେଗାୱାଟର ପ୍ରକଳ୍ପ ବିକଶିତ ହେଉଛି । ସେଥିରେ, ୭୫୦୦ ମେଗାୱାଟ ସୋଲାର୍ ପ୍ରକଳ୍ପ, ୨୦୦୦ ମେଗାୱାଟ ପବନଶକ୍ତି ପ୍ରକଳ୍ପ, ୧୨୦୦ ମେଗାୱାଟ ପମ୍ପ୍ଡ ଷ୍ଟୋରେଜ ପ୍ରୋଜେକ୍ଟ ଓ ଅନ୍ୟାନ୍ୟ କ୍ଷୁଦ୍ର ଜଳବିଦୁ୍ୟତ ପ୍ରକଳ୍ପ ଗୁଡିକ ଅନ୍ତର୍ଭୁକ୍ତ ।  ବୈଠକରେ ବିଭାଗୀୟ ପ୍ରମୁଖ ସଚିବ ବିଶାଳ ଦେବ, ଗ୍ରୀଡ଼କୋ ଏମ୍ଡି ଡ଼ ସତ୍ୟପ୍ରିୟ ରଥ, ସ୍ୱତନ୍ତ୍ର ଶାସନ ସଚିବ ଦେବୀଦତ୍ତ ତ୍ରିପାଠୀଙ୍କ ସମେତ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ ।