ହେରାପଞ୍ଚମୀ : ନନ୍ଦିଘୋଷ ଭାଙ୍ଗିଲେ ମା’ ଲକ୍ଷ୍ମୀ

 ନୀଳଗିରି  : ପବିତ୍ର ହେରାପଞ୍ଚମୀ ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମଦିବସ ଷଷ୍ଠୀ ତିଥିରେ ଅଭିମାନିନୀ ମା' ଲକ୍ଷ୍ମୀସାଆନ୍ତାଣୀ ରୋଷ କରି ଶରଧାବାଲିରେ ଅବସ୍ଥିତ ନନ୍ଦିଘୋଷ ରଥ ନିକଟରେ ପହଞ୍ଚô ରଥକାଠ ଭାଙ୍ଗିବା ନୀତି ସମ୍ପନ୍ନ ହୋଇଛି । ଜଗନ୍ନାଥ ପରମ୍ପରା ଅନୁଯାୟୀ ବଡ଼ଠାକୁର ଶ୍ରୀମନ୍ଦିରରେ ସ୍ତ୍ରୀ ଲକ୍ଷ୍ମୀ ଠାକୁରାଣୀଙ୍କୁ ଏକୁଟିଆ ଛାଡି ନଅ ଦିନ ପାଇଁ ଭାଇଭଉଣୀ ସହିତ ଜନ୍ମବେଦୀକୁ ଲୀଳାଖେଳା କରିବାପାଇଁ ଆସିଥିବା କାରଣରୁ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ ରାଗରଖି ଭେଟ କରିବା ଉଦେ୍ଦଶ୍ୟରେ ଶ୍ରୀଗୁଣ୍ଡିଚା ଯାତ୍ରା କରିଥିଲେ । ଏହା ହେଉଛି ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ବିଶେଷ ଅଂଶ । ଏହି କ୍ରମରେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ସେବାୟତମାନେ ଏକ ସୁସଜ୍ଜିତ ବିମାନରେ ଘଣ୍ଟା ବାଜା, କାହାଳୀ ବଜାଇ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ଗୋପନରେ ଗୁଣ୍ଡିଚା ବିଜେ ନୀତି କରାଇଥିଲେ । ବାଟରେ ବଡଦାଣ୍ଡ ଉପରେ ଠିଆ ହୋଇଥିବା ରଥର ଏକପାର୍ଶ୍ୱରେ ଥିବା କାଠକୁ ମହାଲକ୍ଷ୍ମୀ ଭାଙ୍ଗି ଦେଇଥିଲେ । ପରେ ଗୋପନରେ ମହାପ୍ରଭୁଙ୍କୁ ଦର୍ଶନ କରି ବଡ଼ଦେଉଳ ଫେରିଆସିଥିବା ନୀତି ସମ୍ପନ୍ନ ହୋଇଥିଲା ।
ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମହା ଆଡମ୍ବର ସହିତ ଶ୍ରୀଜିଉଙ୍କ ହେରାପଞ୍ଚମୀ ଉତ୍ସବ ପାଳିତ ହୋଇଯାଇଛି ।  ହେରା ପଞ୍ଚମୀ ଦେଖିବା ପାଇଁ ମଲକାନଗିରି ସହରସ୍ଥ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ଶହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲେ । ଜଗନ୍ନାଥ ମନ୍ଦିରରେ ପାର୍ଶ୍ୱ ଦେବାଦେବୀଙ୍କ ପୂଜାର୍ଚ୍ଚନା ଆଳତୀ ପରେ ଶ୍ରୀ ମହାଲକ୍ଷ୍ମୀଙ୍କୁ ଏକ ବିମାନରେ ବସାଇ ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ଥିବା ଜଗନ୍ନାଥଙ୍କୁ ଦର୍ଶନ କାରଇବା ପାଇଁ ଅଣାଯାଇଥିଲା । ଶ୍ରୀ ଗୁଣ୍ଡିଚାମନ୍ଦିରରେ ପହଞ୍ଚô ଜଗନ୍ନାଥଙ୍କୁ ମା’ଲକ୍ଷ୍ମୀ ଦର୍ଶନ କରି ରୋଷ ପ୍ରକାଶ କରି ରଥର କିଛି ଅଶଂକୁ ଭାଙ୍ଗିଦେଇ ବଡଦେଉଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ମନୋଲୋଭା ଦୃଶ୍ୟ ଦେଖିବା ପାଇଁ ଅନେକ ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଭିଡ ଜମାଇଥିଲେ । ମା’ ଲକ୍ଷ୍ମୀଙ୍କ ଫେରି ଯିବା ପରେ ଶ୍ରୀଜିଉଙ୍କ ନିକଟରେ ଜୟ ବଜରଙ୍ଗ ବାଲି କଳା ସଂସ୍କୃତି ସଂଗଠନ ପକ୍ଷରୁ ପ୍ରବଚନ ଓ ଭଜନ ସମାରୋହ ହୋଇଥିଲା । 
ହିଞ୍ଜିିଳିକାଟୁ: ରଥଯାତ୍ରାର ପଞ୍ଚମ ଦିବସ ହେରା ପଞ୍ଚମୀର  ଦର୍ଶନ ପାଇଁ ସ୍ଥାନୀୟ ଆଡପ ମଣ୍ଡପ ପରିସରରେ ଜନସମାଗମ ହୋଇଥିଲା । ଶ୍ରୀଜଗନ୍ନାଥ ସଂସ୍କୃତି ଓ ରୀତିନୀତି ଅନୁସାରେ ହିଞ୍ଜିଳିକାଟୁ ପାବନ ଶ୍ରୀକ୍ଷେତ୍ର ରାଜବାଟୀ ଲକ୍ଷ୍ମୀ ନୃସିଂହ ମନ୍ଦିର ଓ ପାଟଣା ସାହି ଲକ୍ଷ୍ମୀ ନୃସିଂହ ଶ୍ରୀମନ୍ଦିରରେ ଅବସ୍ଥାନ କରୁଥିବା ମାତା ଲକ୍ଷ୍ମୀ ରାତି ଆଠଟା ବେଳକୁ ଷଡଚକ୍ର ଯାନ ରଥାରୂଢ ହୋଇ ବିଭିନ୍ନ ବାଦ୍ୟ ବାଜଣା ଓ ପଟୁଆରରେ ଆଡପ ମଣ୍ଡପକୁ ଆସିଥିଲେ । ସେଠାରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ଟେରାବାଡ ଦ୍ୱାରା ଦେଢଶୁର ବଳଭଦ୍ରଙ୍କୁ ଆଢୁଆଳରେ ରହି ମହାପ୍ରଭୁଙ୍କ ସହ ବଚନିକା ମାଧ୍ୟମରେ ଝଗଡା କରିଥିଲେ । ଅଭିମାନିନୀ ପନôୀ ମହାଲକ୍ଷ୍ମୀଙ୍କୁ ଶ୍ରୀଜଗନ୍ନାଥ ପ୍ରବୋଧନା ଦେଇ ଆଉ ମାତ୍ର ୪ଦିନ ପରେ ସେ ଶ୍ରୀମନ୍ଦିରକୁ ବାହୁଡାଯାତ୍ରା କରିବେ ବୋଲି ସୂଚନା ଦେଇଥିଲେ । ବଡଭାଇଙ୍କ ସହ ସେ ଜନ୍ମବେଦୀକୁ ଆସିଥିବାରୁ ଦେଢଶୁର ସହ ଲକ୍ଷ୍ମୀ ଆସିବା ବାରଣ ଥିବାରୁ ସେ ସୁଭଦ୍ରା ଭଉଣୀଙ୍କୁ ନେଇ ଆସିଛନ୍ତି । ତେଣୁ ରୋଷ ତ୍ୟାଗ କରି ସ୍ୱମନ୍ଦିରକୁ ମହାଲକ୍ଷ୍ମୀ ଭକ୍ତ ମାନଙ୍କ ଗହଣରେ ପ୍ରତ୍ତ୍ୟାବର୍ତ୍ତନ କରନ୍ତୁ ବୋଲି ଆଶ୍ୱାସନା ଦେଇଥିଲେ ।  ଶ୍ରୀଜଗନ୍ନାଥଙ୍କ ଏ ସ୍ପଷ୍ଟିକରଣରେ ମହାଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଗଲାବେଳେ ନନ୍ଦିଘୋଷ ରଥ ନିକଟକୁ ଯାଇ ଏହାର ଏକ ଅଂଶ ଭଗ୍ନ କରି ଫେରିଯାଇଥିଲେ । ପରେ ବିଜେ ପ୍ରତିମା ଶ୍ରୀ ମଦନମୋହନ ନାକଚଣାକୁ ଉଦ୍ଧାର କରି ନେଇ ଆସିଥିଲେ । ଏହି ମନୋଲୋଭା ଦୃଶ୍ୟ ଦେଖିବା ପାଇଁ ଶହ ଶହ ଭକ୍ତଙ୍କ ଜନ ସମାଗମ ହୋଇଥିଲା । ଏହି ଅବସରରେ ହିଞ୍ଜିଳିକାଟୁ ପାଟଣା ସାହି ସ୍ଥିତ ଅସ୍ଥାୟୀ ଆଡପମଣ୍ଡପ ସମ୍ମୁଖରେ ଶ୍ରୀ ଲକ୍ଷ୍ମୀନୃସିଂହ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ତାଳଚେର : ଶ୍ରୀଜିଉଙ୍କ ହେରାପଞ୍ଚମୀ ଉତ୍ସବ ପାଳିତ ହୋଇଯାଇଛି । ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ମା’ଲକ୍ଷ୍ମୀ ଲକ୍ଷ୍ମୀକୁ ସାଥିରେ ନ ନେଇ ଜନ୍ମବେଦୀ ଗୁଣ୍ଡିଚା ଅଭିମୁଖେ ଯାତ୍ରା କରିଥିବାରୁ ସେ ଅଭିମାନ କରିବା ସହ ରାଗି ଯାଇଛନ୍ତି । ତେଣୁ ସେ ତାଳଚେର ରାଜା ସାହେବ୍ ରାଜା ବିଜେନ୍ଦ୍ର ଚନ୍ଦ୍ର ଦେବ ମହାଲକ୍ଷ୍ମୀଙ୍କ ଚଳନ୍ତି ପ୍ରତିମାକୁ ସେବାୟତଙ୍କ ଦ୍ୱାରା ସ୍ୱତନ୍ତ୍ର ବିମାନ ବସାଇ ଗୁଣ୍ଡିଚା ମନ୍ଦିର ଅଣାଯାଇଥିଲା ଓ ସେଠାରେ ପାରମ୍ପାରିକ ବଚନିକା ପରେ ତୀବ୍ରତୋର ହୋଇ ବଡ଼ଦେଉଲକୁ ଫେରିବା ସମୟରେ କାଳିଆ ସାଆନ୍ତେଙ୍କ ରଥକୁ ଭାଙ୍ଗି ଦେଇଛନ୍ତି । ତେବେ ଏହି ହେରାପଂଚମୀ ସମାରୋହ ଦେଖିବାକୁ ବହୁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା । ଲକ୍ଷ୍ମୀଙ୍କର ଏହି ରାଗଋଷା ଓ ଅଭିମାନ ଯୋଗୁଁ ମହାପ୍ରଭୁଙ୍କ ନିଦେ୍ର୍ଦଶରେ ରଥମୋଡ଼ ହେବ ଓ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବା ତିନିଦିଅ ପ୍ରସ୍ତୁତ ହେବେ ।