ଅମ୍ବିକା ଆଶ୍ରମର ପ୍ରତିଷ୍ଠା ଦିବସ
ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ କୁପାରୀ ସ୍ଥିତ ପ୍ରସିଦ୍ଧ ଅମ୍ବିକା ଆଶ୍ରମର ୪୭ତମ ପ୍ରତିଷ୍ଠା ଦିବସ ଓ ପବିତ୍ର ଅକ୍ଷୟ ତୃତୀୟା ଦିବସ ବ୍ୟାପୀ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ନିରଞ୍ଜନ କରଙ୍କ ଦ୍ୱାରା ଯଜ୍ଞ କର୍ମ ଅନୁଷ୍ଠିତ ହୋଇଥିବାବେଳେ ନରେଶ ଅଗ୍ରୱାଲ ଆହୁତି ପ୍ରଦାନ କରିଥିଲେ । ଓଡିଶାର ବିଭିନ୍ନ ସ୍ଥାନରୁ ସାଧୁସନ୍ଥମାନେ ଅଂଶ ଗ୍ରହଣ କରିଥିଲେ । ଶଙ୍ଖ ହୁଳହୁଳି ସାଙ୍ଗକୁ ମନ୍ତ୍ରଧ୍ୱନୀରେ କୁପାରୀ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଆଖପାଖ ଅଞ୍ଚଳରୁ ଶହ ଶହ ସଂଖ୍ୟାର ଶ୍ରଦ୍ଧାଳୁ ପହଞ୍ଚି ମା’ ଅମ୍ବିକାଙ୍କର ଦର୍ଶନ କରିଥିଲେ । ଆଶ୍ରମର ସଞ୍ଚାଳକ ଶୁଭେନ୍ଦୁ ମୁନୀ ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ ।