ବିଜ୍ଞାନ ଶିକ୍ଷକଙ୍କ ପରଲୋକ
ସୋର : ଉପେନ୍ଦ୍ର ନାଥ ହାଇସ୍କୁଲର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ତଥା ପୁରାତନ ଛାତ୍ର ହରିହର ରଥଙ୍କ ଦେହାନ୍ତ ହୋଇଯାଇଛି । ମୃତ ଶରୀର ନିକଟରେ ତାଙ୍କର ପୁତ୍ର ଡଃ ଜୟନ୍ତ କୁମାର ରଥଙ୍କ ସମେତ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ । ସେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ,କବି, ପରୋପକାରୀ, ସମାଜସେବୀ ଥିଲେ । ତାଙ୍କ ମରଶରୀରକୁ ପୂଜ୍ୟପୂଜା ସଂସଦ କାର୍ଯ୍ୟାଳୟ, ଲକ୍ଷ୍ମୀପୂଜା ମଣ୍ଡପ, ରେଓଦା ହାଇସ୍କୁଲ, ଅନନ୍ତପୁର ହାଇସ୍କୁଲ ନିଆଯାଇଥିଲା । ହାଇସ୍କୁଲର ପୁରାତନ ଛାତ୍ର ସଂସଦ ସମ୍ପାଦକ ନିତ୍ୟାନନ୍ଦ କର, ବିରଞ୍ଚି ନାରାୟଣ ପଣ୍ଡା, ଉଦ୍ଧବ ଚରଣ ବିଶ୍ୱାଳ, ଗଣେଶ ପ୍ରସାଦ ସାହୁ, ଚିତ୍ତରଞ୍ଜନ ଦାଶ, ଜିଲ୍ଲା ପରିଷଦ ସଭ୍ୟ ଜୟୀରାମ ଦାସ, ପୂର୍ଣଚନ୍ଦ୍ର ବାରିକ, ରଜନୀକାନ୍ତ ପାଣିଗ୍ରାହୀ ବସନ୍ତ କୁମାର କର ତଥା ବର୍ତ୍ତମାନ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।