ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତି 

 କଟକ:   ଗ୍ରୀଷ୍ମ ଋତୁରେ କଟକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନଙ୍କ ଆଦେଶନାମା ଅନୁଯାୟୀ ଅଂଶୁଘାତ ମୁକାବିଲା ପାଇଁ ସମସ୍ତ ଅଧିକାରୀମାନେ ନିଜ ନିଜ ଭିତରେ ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବା ସହ ଜିଲ୍ଲାରେ ଅଂଶୁଘାତ ଜନିତ ମୃତୁ୍ୟ ହାରକୁ ଶୂନରେ ସୀମିତ ରଖିବା ଜିଲ୍ଲା ପ୍ରଶାସନର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ଶ୍ରୀ ସିନେ୍ଦ ପ୍ରକାଶ କରିଛନ୍ତି । ଜଳକଷ୍ଟ ଦୂର କରିବା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଅଚଳ ନଳକୂଅଗୁଡ଼ିକୁ ସଚଳ କରିବା ନିମନ୍ତେ ଜନସ୍ୱାସ୍ଥ୍ୟ ଓ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗୀୟ ଯନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ପଞ୍ଚାୟତମାନଙ୍କ ପକ୍ଷରୁ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ଦ୍ୱାରା ବସ୍ଷ୍ଟାଣ୍ଡ, ହାଟ, ଜନଗହଳିପୂର୍ଣ୍ଣ ସ୍ଥାନ ଆଦି ସ୍ଥଳରେ ଜଳଛତ୍ର ବ୍ୟବସ୍ଥା କରିବାକୁ ପଦକ୍ଷେପ ନିଆଯିବ । ସହରରେ ଥିବା ୱାଟରକୁଲର ଗୁଡ଼ିକୁ ନିୟମିତ ଯାଞ୍ଚ କରାଯାଇ ସେଗୁଡ଼ିକର ଜଳକ୍ଷମ ପ୍ରତି ଧ୍ୟାନ ଦିଆଯିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଭୟ ଓଡ଼ିଆ ଇଂରାଜୀ ବିଦ୍ୟାଳୟଗୁଡ଼ିକର ସମୟ ନିର୍ଘଣ୍ଟ ସ୍ଥିର କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ସେହିପରି ଦିନ ୧୧ଟା ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ ଶ୍ରମଭିତ୍ତିକ କାର୍ଯ୍ୟ ବନ୍ଦ କରିବାକୁ ନିଦେ୍ର୍ଦଶନାମା ଜାରି କରିବାକୁ ପରାମର୍ଶ ଦିଆଯାଇଛି । ଡାକ୍ତରଖାନାରେ ଜୀବନରକ୍ଷାକାରୀ ଔଷଧ, ବରଫ ପ୍ୟାକେଟ ଓ ଓଆରଏସ୍ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ସେହିପରି ଗ୍ରୀଷ୍ମ  ପ୍ରବାହରୁ ପ୍ରାଣୀ ସଂପଦକୁ ସୁରକ୍ଷିତ ରଖିବା ପାଇଁ ଜୀବନ ରକ୍ଷାକାରୀ ଔଷଧ ମହଜୁଦ ରଖିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଆଦେଶ ମୁତାବକ ଯଦି କୌଣସି ବ୍ୟକ୍ତିଙ୍କ ମୃତୁ୍ୟ ଅଂଶୁଘାତଜନିତ ହୁଏ ତେବେ ସେ କ୍ଷେତ୍ରରେ ତହସିଲଦାର, ଅତିରିକ୍ତ ତହସିଲଦାର, ମେଡ଼ିକାଲ ଅଫିସର ତଦନ୍ତ କରିବେ ଏବଂ ଅନୁସନ୍ଧାନର ତଦନ୍ତ ରିର୍ପୋଟ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲା କାର୍ଯ୍ୟାଳୟକୁ ପ୍ରଦାନ କରିବେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଲୋଚନ ମହନ୍ତ, ସଦର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।