ଦିବ୍ୟାଙ୍ଗ ସଂଘର କାର୍ଯ୍ୟକାରିଣୀ ବୈଠକ

ସାଲେପୁର: ଅଟଳ ସେନା ଓଡ଼ିଶା ଦିବ୍ୟାଙ୍ଗ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସାଲେପୁର ସ୍ଥିତ ମା’ବୁଢ଼ୀ ଜାଗୁଳାଇ ପୀଠରେ ରାଜ୍ୟ ସଭାପତି ଦିବାକର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଦିବ୍ୟାଙ୍ଗମାନଙ୍କ ସମସ୍ୟା ଓ ସରକାରୀ ଯୋଜନାର ସୁଫଳ ସେମାନେ କିପରି ପାଇପାରିବେ ସେ ସଂପର୍କରେ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବା ପାଇଁ ଗୃହୀତ ହୋଇଥିଲା । ଉକ୍ତ ବୈଠକରେ ଅଟଳ ସେନା ଦିବ୍ୟାଙ୍ଗ ସଂଘର ଉପଦେଷ୍ଟା ପ୍ରଫେସର ଦୀନବନ୍ଧୁ ରାଉତ, ଚିନ୍ତନ ପରିଷଦର ଉପାଧ୍ୟକ୍ଷ ଡଃ ପ୍ରଭାତ କିଶୋର ନାୟକ, ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ଓଝା, ଉପସଭାନେତ୍ରୀ ଗାୟତ୍ରୀ ପାଣି, ସଂପାଦକ ଶିବପ୍ରସାଦ ପଣ୍ଡା, କେନ୍ଦୁଝର ଜିଲ୍ଲା ସଂପାଦକ ନାରାୟଣ ବେହେରା, କଟକ ଜିଲ୍ଲା ସଂପାଦକ ଦୁଲାଲ ଭାଇ, ଚିନ୍ତନ ପରିଷଦର ସଭ୍ୟ କୁଂଜମୋହନ ସେଠୀ, କୋଷାଧ୍ୟକ୍ଷ ପ୍ରଦୀପ୍ତ କୁମାର ବିଶ୍ୱାଳ, କାର୍ଯ୍ୟକାରିଣୀ କମିଟି ସଭ୍ୟ ଝରିସୁନ୍ଦର ମଲ୍ଲିକ, ବସନ୍ତ କୁମାର ବେହେରା, ଅଶୋକ କୁମାର ବେହେରା, ଜ୍ୟୋତ୍ସ୍ନାରାଣୀ ଜେନା, ବାଲେଶ୍ୱର ସଭାପତି ବିଜୟ ଦାଶ, ରଶ୍ମିରଂଜନ ପରିଡ଼ା, ଅଭୟ କୁମାର କର, କଟକ ଜିଲ୍ଲା ସଂପାଦକ ଧନେଶ୍ୱର ସାମଲ, ହରେକୃଷ୍ଣ ସାମଲ, ବିଜୟ କୁମାର ମହାନ୍ତି, କେଶବ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।