ଉକଳ ଗୌରବଙ୍କ ଶ୍ରାଦ୍ଧବାର୍ଷିକୀ
କଟକ: ଉକôଳ ଗୌରବ ମଧୁସୂଦନ ଦାସଙ୍କ ୯୧ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । କଟକ ମହାନଗର ନାଗରିକ ମହାସଭା ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋରାକବର ସ୍ଥିତ ସମାଧିପୀଠରେ ମାଲ୍ୟାର୍ପଣ ପରେ କ୍ୟାଣ୍ଟେମେଣ୍ଟ ସମେତ କଟକରେ ଥିବା ମଧୁବାବୁଙ୍କ ସମସ୍ତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ମହାସଭାର ସଭାପତି ଡାକ୍ତର ରବି ରଂଜନ ସାହୁଙ୍କ ସମେତ ପ୍ରଶାନ୍ତ ନାୟକ, ଗଗନ ଚନ୍ଦ୍ର ମେହେର, ଡ କ୍ଷୀରୋଦ ସାହୁ, ଅଶୋକ ପଣ୍ଡା, ଅରୁଣା ସାମନ୍ତରାୟ, ଡ ପ୍ରମୋଦ ମହାପାତ୍ର, ଶ୍ୟାମସୁନ୍ଦର ସାହୁ, ବୈଷ୍ଣମ ପରିଡ଼ା, ସମରେନ୍ଦ୍ର ଘୋଷ, ବିଦୁ୍ୟତ ଲାଲା, ମାଧବ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।