ଗ୍ରୀଷ୍ମକାଳୀନ ଚେସ୍ ପ୍ରଶିକ୍ଷଣ ଶିବିର
କେନ୍ଦ୍ରାପଡା : ଜିଲ୍ଲା ଚେସ୍ ଆସୋସିଏସନ୍ ପକ୍ଷରୁ ସ୍ୱୟଂଶାସିତ କଲେଜ ବାଣିଜ୍ୟ ବିଭାଗ କକ୍ଷରେ ଗ୍ରୀଷ୍ମ କାଳୀନ ନିଶ୍ଳୁକ ଚେସ୍ ପ୍ରଶିକ୍ଷଣ ଶିବିର ୮ ଦିନ ଧରି ଅନୁଷ୍ଠିତ ହେଉଥିଲା । ଚେସ୍ ଆସୋସିଏସନ୍ ସଭାପତି କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଏହି ସମରୋପ ଉସôବ ସଭାପତି ନିଜର ଅଭିଭାଷଣ ରେ କେନ୍ଦ୍ରାପଡ଼ା ପିଲାମାନଙ୍କର ଖେଲୁଆଡ ମନବୃତିକୁ ନେଇ କେନ୍ଦ୍ରାପଡ଼ା ତିନିମୁହାଣି ନିକଟରେ ଏକ ଚେସ କୋଚିଙ୍ଗ ସେଣ୍ଟର୍ ଖୋଲାଯିବ ଯାହା ଦ୍ୱାରା ଶିକ୍ଷାର୍ଥୀ ମାନେ ନିଜର ଗୁଣାତ୍ମକ ମାନ ଅର୍ଜନ କରିବେ ଏବଂ ଜିଲ୍ଲା ,ରାଜ୍ୟ , ଦେଶର ନାମ କୁ ଅଗ୍ରଗତି ଆଡ଼କୁ ନେଇଯିବେ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ।
କେନ୍ଦ୍ରାପଡ଼ା ବିଜେପି ର ବିଧାୟିକା ପାର୍ଥିନୀ ଗୀତାଞ୍ଜଳି ସେଠୀ,ଜ୍ଞାନ ଦେବ ବେହୁରା,କେନ୍ଦ୍ରାପଡା କେନ୍ଦ୍ରୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିବ ରଞ୍ଜନ ସାହୁ,କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଫିଜିକ୍ସ ଅଧ୍ୟାପକ ରଞ୍ଜିତ ଦାସ ,ପ୍ରଦୀପ ମହାନ୍ତି ସମ୍ପାଦକ କୋରାପୁଟ ଚେସ ଆସୋସିଏସନ୍,ମନୋଜ ପରିଡ଼ା ସମ୍ପାଦକ ଯାଜପୁରଚେସ ଆସୋସିଏସନ୍, ସମ୍ନାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏବଂ ହାଡ଼ିବନ୍ଧୁ ସିଂ, ଲଲାଟ ସାମଲ, ନେହେରୁ ସହୁ, ଗୋପାଳ ବଲ୍ଲଭ ନାୟକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପରିଚାଳନା କରିଥିଲେ । ଏହି ଅବସରରେ ଶିକ୍ଷା ଗ୍ରହଣ କରିବାକୁ ଆସିଥିବା ପିଲାମାନଙ୍କୁ ଏକ ଚେସ ବୁକ୍ ଲେଟ ଓ ସର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏବଂ ଏହି କାର୍ଯ୍ୟକ୍ରମକୁ ଆଗକୁ ସୁଦୂର ପ୍ରସାର ପ୍ରଚାର କରିବା ସହ କେନ୍ଦ୍ରାପଡାର ୯ଟି ବ୍ଲକରେ ଏହାର କର୍ମଶାଳା କରିବା ନିମନ୍ତେ ପ୍ରଚେଷ୍ଟ କରିବା ପାଇଁ ସଂକଳ୍ପ ନେଇ ସଭା ସାଙ୍ଗ କରାଯାଇଥିଲା ।