ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

 ପଟ୍ଟାମୁଣ୍ଡାଇ  : ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲ ୧୯୯୫ ମ୍ୟାଟ୍ରିକ ବ୍ୟାଚ ବନ୍ଧୁମିଳନ ଅନୁଷ୍ଠିତ ହୋଇଛି । ଏଥିରେ ୧୦୦ ରୁଉଦ୍ଦ୍ୱର୍  ପୁରାତନ ଛାତ୍ରଛାତ୍ରୀ ମାନେ ସପରିବାରେ ଯୋଗଦେଇଥିଲେ ।  ସ୍କୁଲର ପୁରାତନ ଶିକ୍ଷକଶିକ୍ଷୟତ୍ରୀ ଯଥା ସର୍ବଶ୍ରୀ ଖଗେଶ୍ୱର ପରିଡା , ସନାତନ ବେହୁରା , ଗୋପାଳ ଦାଶ, ପରିକ୍ଷିତ ରାୟ, ଜ୍ଞାନପ୍ରୀୟ ମହାପାତ୍ର, ସଂଯୁକ୍ତା କୁଣ୍ଡ, ରବିନ୍ଦ୍ର ସାହୁ ପ୍ରମୁଖ ଗୁରୁମାନଙ୍କୁ  ପ୍ରଥମେ ପୂଜା କରାଯାଇ ସମ୍ବଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ  ପୁରାତନ ଛାତ୍ର ସୁଧାଂଶୁ ଶେଖର ଦାସ, ବିଶ୍ୱଜିତ ଦାସ, ଶ୍ରୀବତ୍ସ ଦାସ, ପ୍ରଶାନ୍ତ ଦାସ, ମନୋଜ ରାଉତ, ବନମାଳି ବେହେରା, ବ୍ରଜକିଶୋର ସାହୁ, ସୂର୍ଯ୍ୟକାନ୍ତ ଦାସ, ସୁକୁମାର ଦାଶ, ବିଶ୍ୱେଷ ପଣ୍ଡା, ମନୋରଜଂନ କର, ମଧୁସ୍ମିତା ଜେନା, ଶୁଭଲକ୍ଷ୍ମୀ ତ୍ରୀପାଠୀ, ମୁସ୍ତାକ ଅଲ୍ଲୀ ଚମନ ପ୍ରମୁଖ ଭାଷଣ ଦେଇ ସ୍କୁଲ ଜୀବନର ସ୍ମୃତିଚାରଣ କରିଥିଲେ । ଅମର ସାହୁ   ଓ ତରନୁମ ଯାହାଁ ସୁଲତାନା ମଂଚ ପରିଚାଳନା କରିଥିଲେ । ଶେଷରେ ଅଜୟ ଘଡାଇ ଧନ୍ୟବାଦ ଦେଇଥିଲେ ।