ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫର୍ମର

ରାଜନଗର : ରାଜନଗର ବ୍ଲକ ସାନବଡଗୋପାଳ ପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ଥିବା ଶନିମନ୍ଦିର ପରିସରରେ ରହିଛି ବିପଦ ସଂକୁଳ ଅବସ୍ଥାରେ ବିଦୁ୍ୟତ ଟ୍ରାନ୍ସଫରମର । ଭୟ ଓ ଆତଙ୍କିତ ଅବସ୍ଥାରେ ଶନିଦେବଙ୍କୁ ପ୍ରତିଦିନ ଦର୍ଶନ କରୁଛନ୍ତି ଭକ୍ତ  । ଏହି ବିପଦ ସଙ୍କୁଳ ଅବସ୍ଥାରେ ଥିବା ଟ୍ରାନ୍ସଫମର ବସିଥିବା ଖୁଣ୍ଟ ମୂଳରେ ବିଭିନ୍ନ ପ୍ରଜାତିର ସାପ, ଗୋଧି, ବେଙ୍ଗ ବସା ବାନ୍ଧି ରହିଛନ୍ତି । ସବୁଠାରୁ ବଡ଼କଥା ହେଲା ଏହାର ପରିସରକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲାଗିରହିଛି । ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସବ-ଡିଭିଜନର ସେକ୍ସନ -୧  ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଗୁହାରି କଲେ ମଧ୍ୟ୍ୟ ଶୁଣୁନଥିବା ଅଭିଯୋଗ ଆଣିଛନ୍ତି । ପ୍ରଶାସନିକ ଅଧିକାରି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଜଗନ୍ନାଥପୁର ଗ୍ରାମବାସୀମାନେ ଦାବି କରିଛନ୍ତି  । ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ସତ୍ୟପ୍ରକାଶ ସାହୁଙ୍କୁ ପଚାରିବାରୁ ମୁଁ ଜାଣିନାହିଁ ଯଦି ଏଭଳି ହୋଇଥାଏ, ତେବେ କଣ ପଦକ୍ଷେପ ଗ୍ରହଣ କରାଯିବ ସେଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି  ।