ପୋଖରୀରେ ବୁଡି ଶିଶୁପୁତ୍ର ମୃତ 

 ରାଜନଗର:  ରାଜନଗର ବ୍ଲକ କଣ୍ଡିରା ପଞ୍ଚାୟତ ହଂସୁଆ(ଗୁଳା) ଗ୍ରାମରେ ଏକ ଅଘଟଣ ଘଟି ଯାଇଛି । ଏହି ଗ୍ରାମର ପ୍ରଦୀପ ଦାସଙ୍କ ଏକମାତ୍ର ପୁତ୍ର ପ୍ରିୟାଶୁଂ ଦାସ(୩) ଘର ପାଖରେ ଖେଳୁଥିଲା । ସମସ୍ତଙ୍କ ଅଲକ୍ଷ୍ୟରେ ନିକଟରେ ଥିବା ପୋଖରୀରେ ପଡି ଯାଇଥିଲା । ପରିବାର ଲୋକେ ଖୋଜାଖୋଜି କରି ପୋଖରୀରୁ ପ୍ରିୟାଶୁଂକୁ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ । ଖବରପାଇ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଅପମୃତୁ୍ୟ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରିୟାଶୁଂର ମୃତୁ୍ୟରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।