ରାତିକ ମଧ୍ୟରେ ୫ଟି ଦୋକାନରୁ ଚୋରି

 କେନ୍ଦ୍ରାପଡା :  କେନ୍ଦ୍ରାପଡା ସଦର ଥାନା ଅଧିନ ଠାକୁରହାଟ ବଜାରରେ ରାତିକ ମଧ୍ୟରେ ୫ଟି ଦୋକାନରୁ ତାଲା ଭାଙ୍ଗି ଚୋରି ହୋଇଥିବା ସଦର ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗ ମୁତାବକ ଏହି ବଜାରରେ ଦୋକାନ କରିଥିବା ଠାକୁରପାଟଣା ଗ୍ରାମର ପ୍ରହଲ୍ଲାଦ ସାହୁଙ୍କ ଦୋକାନ ତାଲା ଭାଙ୍ଗି କଟର ମେସିନ, ରାନ ମେସିନ, ଡ୍ରିଲ ମେସିନ ସହ ନଗଦ ଟଙ୍କା ଚୋରୀ ହୋଇଥିବା ବେଳେ ଲକ୍ଷ୍ମୀଧର ବେହୁରାଙ୍କ ପାନ ଦୋକାନରୁ ବିସ୍କୁଟ, ସିଗାରେଟ, ସଫଲ ଓ ନଗଦ ଟଙ୍କା, ଦାମୋଦର ବାଇଙ୍କ ଜଳଖିଆ ଦୋକାନରୁ ରିଫାଇନ ତେଲ ଏକ ପେଟି ଓ ନଗଦ ଟଙ୍କା, ଗୋବିନ୍ଦ ଗେରୁଙ୍କ ରାସନ ଦୋକାନରୁ ରାସନ ସାମଗ୍ରୀ ପ୍ରଭୃତି ଚୋର ମନେ ଚୋରି କରି ନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କା ହେବ ବୋଲି ଦୋକାନୀ ମାନେ ସୂଚନା ଦେଇଛନ୍ତି । ଏନେଇ ପ୍ରହଲ୍ଲାଦ ଗେରୁ ସଦର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।