ଦୃଷ୍ଟିହୀନ କଣ୍ଠଶିଳ୍ପୀଙ୍କୁ ନେଇ ‘ଜୀବନ ଜିନ୍ଦାବାଦ’

 ଭୁବନେଶ୍ୱର: ଦୃଷ୍ଟିହୀନ କଣ୍ଠଶିଳ୍ପୀଙ୍କୁ ନେଇ ଏକ ସଙ୍ଗୀତ କାର୍ଯ୍ୟକ୍ରମ ‘ଜୀବନ ଜିନ୍ଦାବାଦ’ର ତୃତୀୟ ସଂସ୍କରଣ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ‘ପାୟୋନିଅରିଂ ଉକôଳ ଫାଉଣ୍ଡେସନ୍, ‘ଶିକ୍ଷା ଓ ସମାଜ’ ଓ ‘ଓଡ଼ିଶା କଲ୍ଚରାଲ୍ ସର୍କଲ୍’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ କଣ୍ଠଶିଳ୍ପୀ ଓ ବାଦ୍ୟଯନ୍ତ୍ରଶିଳ୍ପୀ ଥିଲେ ଦୃଷ୍ଟିହୀନ । କିନ୍ତୁ ସେମାନଙ୍କ କଣ୍ଠର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲେ । ସେମାନେ ଉଭୟ ଓଡ଼ିଆ ଓ ହିନ୍ଦୀ ଗୀତ ଗାଇଥିଲେ । ଆୟୋଜକ ଅନୁଷ୍ଠାନ ପକ୍ଷରୁ ଟ୍ରଷ୍ଟି ବିଶ୍ୱରଞ୍ଜନ ଦାଶ ଓ ବିମଳ ଦାସ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଦୃଷ୍ଟିହୀନ ଶିଳ୍ପୀମାନଙ୍କୁ ଉସôାହିତ କରିବା ସହ ରାଜଧାନୀରେ ସେମାନଙ୍କୁ ମଞ୍ଚ ଯୋଗାଇବା ପାଇଁ ଗତ ତିନି ବର୍ଷ ହେଲା ଏହିପରି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ବୋଲି ସେମାନେ କହିଥିଲେ ।