ପରିବହନରେ ଛାତ୍ରଛାତ୍ରୀଙ୍କୁ ରିହାତି ଦାବି : ସବୁ ଆର୍ଟିଓ ଘେରିଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର : ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ସରକାରୀ ସାର୍ବଜନୀନ ପରିବହନ ଏବଂ ଘରୋଇ ପରିବହନରେ ୫୦% ରିହାତି ପାଇଁ ଦାବିରେ ଆଜି ରାଜ୍ୟର ସମସ୍ତ ଆର୍ଟିଓ ଅଫିସ୍ ଘେରାଉ କରିଛି ଛାତ୍ର କଂଗ୍ରେସ । ତେବେ ପୂର୍ବରୁ ଆସନ୍ତା ୧୦ ତାରିଖ ମଧ୍ୟରେ ପ୍ରତିଶ୍ରୁତି ପୂରଣ ନ କଲେ ଛାତ୍ର କଂଗ୍ରେସ ପୂର୍ବରୁ ଆନେ୍ଦାଳନ ଚେତାବନୀ ଦିଆଯାଇଥିଲା । ଆଜି ଏହି ଚେତାବନୀ ଭିତ୍ତିରେ ଆନେ୍ଦାଳନ କରାଯାଇଛି । ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଛାତ୍ର କଂଗ୍ରେସ ଘେରାଉ କରିଛି । ଉଦିତ ପ୍ରଧାନ ନିଜେ ମଧ୍ୟ ଆଜି ବିଭିନ୍ନ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ରାଜ୍ୟରେ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ପରିବହନ ବ୍ୟବସ୍ଥାର ସୁବିଧା ଥାଇ ମଧ୍ୟ ଅଭାବ ହେତୁ ଶିକ୍ଷାନୁଷ୍ଠାନ ଯିବାରେ ସମସ୍ୟା ଭୋଗୁଛନ୍ତି । ରାଜ୍ୟ ସରକାର ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ରାଜ୍ୟର ରାଜସ୍ୱ ତଥା ୨ ଲକ୍ଷ ୪୦ହଜାର ୯୦୮ କୋଟିରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ପାଇଁ ପରିବହନ କ୍ଷେତ୍ରରେ ସୁବିଧା ସହଯୋଗ କରାଯିବା ଦାବିରେ ଏହି ଆନେ୍ଦାଳନ କରାଯାଇଛି । ଛାତ୍ର ନେତା ତାପସ ଦେ, ଶୁଭମ ରାଜ, ଶାହରୁଖ ଖାନ, ସୁନୀଲ ସାହୁ ଗାନ୍ଧୀ, ଲିପିକା ପାତ୍ରଙ୍କ ସମେତ ବହୁ ଛାତ୍ର କଂଗ୍ରେସ ସଦସ୍ୟ ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ । ଆଗାମୀ ଦିନରେ ଆନେ୍ଦାଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି ।