‘ଜୈବ ପ୍ରଯୁକ୍ତି ବିଜ୍ଞାନର ବିକାଶ’କୁ ମୋହର
Mohan Charan Majhi

୫ ବର୍ଷ ପାଇଁ ୧୧୧୩ କୋଟି ମଞ୍ଜୁର
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ‘ଜୈବପ୍ରଯୁକ୍ତି ବିଜ୍ଞାନର ବିକାଶ’ ଯୋଜନାକୁ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ ୧୭ଟି ଉପ-ଯୋଜନା ଓ କାର୍ଯ୍ୟକ୍ରମ ରହିଛି । ୨୦୨୫-୨୬ ଆର୍ଥିକ ବର୍ଷରୁ ୨୦୨୯-୩୦ ଆର୍ଥିକ ବର୍ଷରେ ଏଥିପାଇଁ ୧୧୧୩ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ୫ ବର୍ଷ ପାଇଁ ଏହା କାର୍ଯ୍ୟକାରୀ ହେବ ।
ଛେଳିଗଡ଼ ଜଳସେଚନ ପ୍ରକଳ୍ପର କଂକ୍ରିଟ ଡ୍ୟାମ ଓ ସ୍ପିଲୱେ ନିର୍ମାଣ କାର୍ଯ୍ୟ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ଗଜପତି ଜିଲ୍ଲାର ଆର ଉଦୟଗିରି ବ୍ଳକ ଅନ୍ତର୍ଗତ ଛେଳିଗଡ଼ ଗ୍ରାମ ନିକଟରେ ଏହି ପ୍ରକଳ୍ପ କରାଯିବ । ବଂଶଧାରା ନଦୀର ବଡ଼ଜୋର ଉପନଦୀରେ ହେବାକୁ ଥିବା ପ୍ରକଳ୍ପ ପାଇଁ ୧୫୧ କୋଟି ୭୮ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଜଳସେଚନ ସହ ୩୬ ମେଗାୱାଟ୍ ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି ।
ସେହିପରି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ସପକ୍ଷରେ ଚନ୍ଦ୍ରଶେଖରପୁର ଠାରେ ଆବଣ୍ଟିତ ସରକାରୀ ଜମି ବାବଦକୁ ୨ କୋଟି ୬୦ ଲକ୍ଷ ୮୨ ହଜାର ଟଙ୍କା ଛାଡ଼ କରିବାକୁ କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଛି ।