ଘରେ ପଶି ନାବାଳିକାଙ୍କୁ କୁକର୍ମ ; ଲଜ୍ୟା ସହିନପାରି ଆତ୍ମହତ୍ୟା କଲେ ନାବାଳିକା
ଭୁବନେଶ୍ୱର, ୪ା୫ : ଘରେ ପଶି ନାବାଳିକାଙ୍କୁ ମାଡ ମାରି କୁକର୍ମ । ଲଜ୍ୟା ସହିନପାରି ନାବାଳିକାଙ୍କ ଆତ୍ମହତ୍ୟା । ଅଭିଯୋଗ ପରେ ୨୭୯ରେ ମାମଲା ରୁଜୁକରି ଅଭିଯୁକ୍ତକୁ ବାନ୍ଧିଲା ନୟାପଲ୍ଲୀ ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା, ବେହେରା ସାହିର କ୍ରିଷ୍ଠା ପ୍ରଧାନ । ପରେ ଦଫା ୩୦୬ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଅଭିଯୋଗକାରିଣୀ ଜଣଙ୍କ ନୟାପଲ୍ଲୀ ଥାନା ଅନ୍ତର୍ଗତ ଜୟଦେବ ବିହାର ସନିଟାରୀ ଗଳିରେ ଭଡ଼ା ସୂତ୍ରରେ ରୁହନ୍ତି । ଗତ ୨ ତାରିଖ ରାତିରେ ସେ ଘରେ ଅନୁପସ୍ଥିତ ଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କ ଘରକୁ ଯାଇ ତାଙ୍କର ନାବାଳିକା ଝିଅକୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ମୋବାଇଲକୁ ଛଡାଇ ନେଇଯାଇଥିଲା ଓ ତାଙ୍କୁ ଭୟଭୀତ କରାଇ ଯୋରଜବରଜସ୍ତ କୁକର୍ମ କରିଥିଲା ଏବଂ ଘଟଣା ସମ୍ପର୍କରେ କାହାକୁ କିଛି ନକହିବାକୁ ଧମକ ଦେଇଥିଲା । ଏହି ଘଟଣାରେ ଗଭୀର ଭାବେ ମର୍ମାହତ ହୋଇ ନାବାଳିକା ଜଣଙ୍କ ଘଟଣାର ପରଦିନ ସକାଳେ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଦେଇଥିଲେ । ପରିବାର ସଦସ୍ୟ ଏବଂ ପାଖ ପଡୋଶୀ ତାଙ୍କୁ ତୁରନ୍ତ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଅଭିଯୋଗକାରିଣୀ ଜଣକ କର୍ମସ୍ଥଳରେ ଥିବା ବେଳେ ଝିଅ ଆତ୍ମହତ୍ୟା କରିଥିବା ନେଇ ସୂଚନା ପାଇଥିଲେ । ପରେ ସେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି ।