ବିଭିନ୍ନ ସମସ୍ୟା ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର 


ାା ପ୍ରଭାନୁ୍ୟଜ ।ା ତାଳଚେର: ତାଳଚେରର ବିଭିନ୍ନ ସମସ୍ୟାକୁ ନେଇ ଆର୍ନ୍ତଜାତିକ ମାନବଧିକାର ପରିଷଦର ସଭାପତି ଦେବେନ୍ଦ୍ର ସିଂହ ତାଳଚେର ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହିତ ଏକ ତିନିଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ ତାଳଚେର ନର୍ସିଂ ମେଡ଼ିକାଲ କଲେଜ ଏବଂ ହଷ୍ଟେଲକୁ ତାଳଚେର ସହରାଞ୍ଚଳ ମଧ୍ୟରେ ରହିଥିବା ଆଦର୍ଶବିଦ୍ୟାଳୟ ପଛପାଶ୍ୱର୍ରେ ନିର୍ମାଣ କରିବା, ୧୪୯ ନମ୍ବର ଜାତୀୟ ରାଜପଥକୁ ତୁରନ୍ତ ୪ଥାକିଆ କରିବା ସହିତ ଟ୍ରାଫିକ୍ ସମସ୍ୟା ଓ ରାସ୍ତାକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ତାଳଚେର ପୌରପରିଷଦ ମଧ୍ୟରେ ବୋଟିଂ ସୁବିଧା କରାଯାଇ ଚିଲଡ୍ରେନ୍ ପାର୍କ ନିର୍ମାଣ କରିବା ଇତ୍ୟାଦି ଦାବିପତ୍ରରେ ଉଲ୍ଲେଖ ରହିଛି । ତେବେ ତାଳଚେର ଅଞ୍ଚଳରୁ ପ୍ରଚୁର ରାଜସ୍ୱ ଯାଉଥିଲେ ମଧ୍ୟ ସନ୍ଧ୍ୟା ସମୟରେ ଛୋଟ ଓ ବଡ଼ ଲୋକଙ୍କ ନିମନ୍ତେ କୌଣସି ପାର୍କର୍ିଂର ବ୍ୟବସ୍ଥା ନ ଥିବାରୁ ମନୋରଞ୍ଜନ କରିବାକୁ ସେମାନେ ଏଥିରୁ ବଞ୍ଚôତ ହେଉଛନ୍ତି । ଏଥିପାଇଁ ମଧ୍ୟ ବିଶେଷ ଅର୍ଥବ୍ୟବସ୍ଥା କରିବାର ଆବଶ୍ୟକତା ରହୁନଥିବା ବେଳେ ଯଦି ଏହା ନିର୍ମାଣ କରାଯାଏ ତେବେ ଏଥିରୁ ପୌରପରିଷଦ ବେଶ ଉପକୃତ ହୋଇପାରିବ ବୋଲି କୁହାଯାଉଛି । ତେଣୁ ଏହି ୩ଟି ସମସ୍ୟା ତୁରନ୍ତ ସମାଧନ କରିବା ନେଇ ଉପଜିଲ୍ଲାପାଳଙ୍କୁ ଶ୍ରୀ ସିଂହ ପ୍ରସ୍ତାବ ଦେବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।