ବାତ୍ୟା ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି
ାା ପ୍ରଭାନୁ୍ୟଜ ।ା ସାଲେପୁର: ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ସାଲେପୁର ବ୍ଲକ୍ ପ୍ରଶାସନ ପାଇଁ ଏକ ପ୍ରସ୍ତୁତି ବୈଠକ ବ୍ଲକ୍ ସମ୍ମିଳନୀ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଗେଶ୍ୱର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ଭାବ୍ୟ ବାତ୍ୟା ସମୟରେ କିଭଳି ସତର୍କତା ଅବଲମ୍ବନ କରାଯିବ, ସେ ନେଇ ଆଲୋଚନା କରାଯିବା ସହ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଅସ୍ଥାୟୀ କ୍ୟାମ୍ପ୍ କରାଯାଇ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଯଦି ବାତ୍ୟା ହୁଏ, ତେବେ ୫୧ଗୋଟି ଅସ୍ଥାୟୀ ସେଣ୍ଟରରେ ଲୋକମାନଙ୍କୁ ସୁରକ୍ଷିତ ରଖାଯିବା ସହ ସେମାନଙ୍କୁ ଶୁଖିଲା ଖାଦ୍ୟ, ରନ୍ଧାଖାଦ୍ୟ, ଔଷଧ, ପାନୀୟଜଳ ଯୋଗାଇଦେବାପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସେହିପରି ବାତ୍ୟା ପରେ ରାସ୍ତା ଉପରେ ପଡ଼ିରହିଥିବା ଗଛଗୁଡିକୁ ତୁରନ୍ତ ସଫା କରିବା ପାଇଁ ୫ଗୋଟି ପାୱାର କଟର ସହ ଫାୟାର କର୍ମଚାରୀ ନିୟୋଜିତ ରହିବା ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ବିଶେଷ କରି ବିଦୁ୍ୟତ୍ ଉପରେ ସମସ୍ତଙ୍କ ନଜର ଥିବାରୁ ବାତ୍ୟା ପରେ ଯଥାଶୀଘ୍ର ବିଦୁ୍ୟତ୍ ଯୋଗାଇ ଦେବା ପାଇଁ ବିଦୁ୍ୟତ୍ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସେହିପରି ବାତ୍ୟା ସମୟରେ ଯେପରି ବ୍ୟବସାୟୀମାନେ ଖାଉଟି ସାମଗ୍ରୀ ଉପରେ କଳାବଜାରୀ ନ କରନ୍ତି, ସେଥିପ୍ରତି ତୀକ୍ଷ୍ନ ନଜର ଦିଆଯିବ । ଆଜିର ଏହି ବୈଠକରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ, ଆରଡି, ଆରଆଣ୍ଡବି, ଅଗ୍ନିଶମ ବିଭାଗ, ବିଦୁ୍ୟତ୍ ବିଭାଗ ଏସ୍ଡିଓ, ଜଳସେଚନ ବିଭାଗ ସମେତ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।