ଚନ୍ଦକାରେ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର
ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ଆଜି ଚନ୍ଦକାରେ ମିଳିଛି ପୁଣି ଏକ ଯୁବକର ମୃତ ଦେହ । ଚନ୍ଦକା ଥାନା ଗୋଡ଼ିବାରିର ମୁଖ୍ୟ ରାସ୍ତା ପାଚେରୀ କଡ଼ରେ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଜବତ କରିଛି ଚନ୍ଦକା ପୁଲିସ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଚନ୍ଦକା ଅଞ୍ଚଳରେ । ମୃତ ଯୁବକ ଜଣଙ୍କ ପରିଚୟ ମିଳିନାହିଁ। ଘଟଣା ସ୍ଥଳରେ ଚନ୍ଦକା ପୁଲିସ ଛାନଭିନ୍ ଜାରି ରଖିଛି । ସେ ଏକ ଟେଣ୍ଟ ହାଉସରେ କାମକରୁ ଥିଲେ ବୋଲି ସ୍ଥାନିୟ ଲୋକ ସୂଚନା ଦେଇଛନ୍ତି । ଯୁବକୁ କିଏ ଓ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଚନ୍ଦକା ଥାନା ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି ।