ଚବିଶପ୍ରହରୀ ନାମଯଜ୍ଞ
ବାସୁଦେବପୁର : ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ନାୟକାଣୀଡିହିରେ ଚବିଶପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅଧିବାସ ହୋଇ ଅହୋରାତ୍ର ନାମ ସଂକୀର୍ତ୍ତନ ଚାଲିଛି । ସନ୍ଧ୍ୟାରେ ହରିହାଟ ଅନୁଷ୍ଠିତ ହୋଇଛି । ଏଥିରେ ସାମୂହିକ ଭାଗବତ ପାଠ କରାଯାଇଛି । ନଗର କୀର୍ତ୍ତନ ପରେ ଦଧୀହାଣ୍ଡି ଭଙ୍ଗାଯାଇ ନାମଯଜ୍ଞ ସମାପନ ହୋଇଛି । ଅନୁଷ୍ଠାନର କର୍ମକର୍ତ୍ତା ନିଶାକର ପରିଡ଼ା, ରତିକାନ୍ତ ନାୟକଙ୍କ, ବନମାଳୀ ପରିଡ଼ା, ବିବେକ ନାୟକ, ଭାଗ୍ୟଧର ପରିଡ଼ା, ଜ୍ଞାନ ରଞ୍ଜନ ଦାସ, ଶରତ ପରିଡ଼ା, କାଶୀ ନାଥ ପଲାଇ, ରଞ୍ଜନ କୁମାର ପରିଡ଼ା, କୃପାସିନ୍ଧୁ ନାୟକ, ବୃନ୍ଦାବନ ପ୍ରଧାନ, ତପନ କୁମାର ବାରିକ୍, ନିର୍ମଳେନ୍ଦୁ ମହାପାତ୍ର, ସୁଶାନ୍ତ ନାୟକ, ଦ୍ୱିଜେନ୍ଦ୍ର ପଲାଇ ପ୍ରମୁଖଙ୍କ ସହ ନାୟକାଣୀଡିହି ଗ୍ରାମବାସୀଙ୍କ ପରିଚାଳିନା କରିଛନ୍ତି ।