ଜନ୍ମଦିନରେ ରକ୍ତଦାନ ଶିବିର 

 ଯାଜପୁର : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜୟ ମହାକାଳ ଫାଉଣ୍ଡେସନ ଓ କ୍ୟାନ୍ସର ହେଲପିଂ ଉଇଂର ମିଳିତ ଆନୁକୂଲ୍ୟରେ ଫାଉଣ୍ଡେସନ୍ ସମ୍ପାଦକ ପ୍ରଦୀପ ଦାସ ଏବଂ ଭଉଣୀ ପ୍ରଣତି ଦାସଙ୍କ ଜନ୍ମଦିନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯାଜପୁର ରୋଡ ଠାରେ ଏହା ଆୟୋଜିତ ହୋଇଛି । କାର୍ଯ୍ୟକ୍ରମକୁ କ୍ୟାନ୍ସର ହେଲପିଂ ଉଇଂ ସଭାପତି ଶଙ୍କର୍ଷଣ ଜେନା, ସେକ୍ରେଟାରୀ ରଶ୍ମିରେଖା ପାତ୍ର ଏବଂ ଜୟ ମହାକାଳ ଫାଉଣ୍ଡେସନ୍ ଆବାହକ ଅଜୟ ଦାସ ଉଦ୍ଘାଟନ କରିଥିଲେ । ଶିବିରରୁ ମୋଟ ୨୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଥାଲାସେମିଆ ଓ କର୍କଟ ରୋଗୀଙ୍କ ରକ୍ତ ଅଭାବକୁ ଦୂର କରିବାକୁ ଫାଉଣ୍ଡେସନ ପକ୍ଷରୁ ଚେଷ୍ଟା ଜାରି ରହିଛି । କାର୍ଯ୍ୟକ୍ରମରେ କ୍ୟାନ୍ସର ହେଲପିଂ ଉଇଂ ସତ୍ୟଜିତ ସାହୁ, ଅମର ପାତ୍ର, ପ୍ରଦୀପ ପଣ୍ଡା, ଅନନ୍ତ ଚରଣ ସାହୁ, ଅରବିନ୍ଦ ସାହୁ ଆଦି ଯୋଗ ଦେଇଥିଲେ । ସେହିପରି ଜୟ ମହାକାଳ ଫାଉଣ୍ଡେସନ୍ର ମନୋଜ ଦାସ, ପ୍ରତାପ କେଶରୀ ମହାପାତ୍ର, ସୁବାସିନୀ ସାହୁ, ପ୍ରଣତି ଦାସ, ଶ୍ରଦ୍ଧାଞ୍ଜଳି ସାହୁ, ଅତସିନୀ ସାହୁ, ତନୁଶ୍ରୀ ସାହୁ, ତ୍ରିଲୋଚନ ଜେନା, ଅଭିଷେକ ସାହୁ, ଦେବବ୍ରତ ମାଝୀ, ଅଲିଭାରାଣୀ ଧୀର, ରାକ୍ଷୀରାଣୀ ତରାଇ, ସରୋଜ ପ୍ରଧାନ, ସୁନୀଲ କୁମାର ଜେନା, ରାଜେନ୍ଦ୍ର ସାହୁ, ରମେଶ ସେନାପତି, ସୋମନାଥ ଦାସ, ଭରତ ଚନ୍ଦ୍ର ସାହୁ  ଯୋଗଦେଇଥିଲେ ।