ଆମ ସଂସ୍କୃତି ଆମ ଖେଳନା’ କାର୍ଯ୍ୟକ୍ରମରେ ଲୁଟ୍ ଅଭିଯୋଗ


 ରାଜନଗର: ରାଜନଗର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦୁର୍ନିତୀ ଚରମ ସୀମାରେ ପହଞ୍ଚିଛି । ଶିକ୍ଷାର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାରେ ଆସୁଥିବା ଲକ୍ଷାଧିକ ଟଙ୍କାକୁ କାଁ ଭାଁ ବିଦ୍ୟାଳୟ କାର୍ଯ୍ୟକାରୀ କରିଦେଇ କାଗଜକଲମରେ ବିନିଯୋଗ ପ୍ରମାଣପତ୍ର ଦେଉଥିବା ଅଭିଯୋଗ ହେଉଛି । ଏପରିକି ଅନେକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସିଆରସିସିମାନଙ୍କୁ ତୁରନ୍ତ ବିନିଯୋଗ ପ୍ରମାଣପତ୍ର ଦେବା ପାଇଁ ବିଭାଗ ପକ୍ଷରୁ ଚାପ ପକାଯାଉଛି । ଜୈ÷ନେକ ଶିକ୍ଷକ ନାମଗୋପନ ସୂତ୍ରରେ କହିଛନ୍ତି ଏହି ଘଟଣା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମରେ ପ୍ରତି ସିଆରସିସି ସର୍କଲକୁ ୧୫ହଜାର ଟଙ୍କା ଆସିଥିଲା । ୪ଟି ସର୍କଲରେ ଏହି କାର୍ଯ୍ୟକ୍ରମ ତିନିଦିନ ବଦଳରେ ଗୋଟିଏ ଦିନ କରାଯାଇଥିବା ବେଳେ ଅନ୍ୟ ସର୍କଲରେ ଆଦୈ÷ା କୈ÷ାଣସି କାର୍ଯ୍ୟକ୍ରମ ନକରି ଟଙ୍କା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି । ଏହି ବ୍ଲକରେ ବନବିହାରିଜୀୟୁ ନୋଡାଲ ହାଇସ୍କୁଲ ଗୋପାଳପୁର, ଲକ୍ଷ୍ମୀବରାହଜୀୟୁ ନୋଡାଲ ହାଇସ୍କୁଲ ହାତିନା, ଅଷ୍ଟଶମ୍ଭୁ ନୋଡାଲ ଉପ୍ରା ବିଦ୍ୟାଳୟ କୁରୁଂଟି, ନିଗମାନନ୍ଦ ନୋଡାଲ ହାଇସ୍କୁଲ ନାଉକୋଣା, ସରକାରୀ ଶୈ÷ଳେନ୍ଦ୍ର ନାରାୟଣ ଉ.ପ୍ରା.ବିଦ୍ୟାଳୟ ରାଜନଗର, ବିଣାପାଣୀ ନୋଡାଲ ଉ.ପ୍ରା. ବିଦ୍ୟାଳୟ ସାନବଡଗୋପାଳପୁର, ଶ୍ରୀଜଗନ୍ନାଥ ହାଇସ୍କୁଲ କେରଡାଗଡ, ଓସ୍ତିଆ-ବନ୍ଧପାଟଣା ନୋଡାଲ ଉ.ପ୍ରା. ବିଦ୍ୟାଳୟ, ମଧ୍ୟପଡା-ଗୋବିନ୍ଦପୁର ନୋଡାଲ ଉ.ପ୍ରା. ବିଦ୍ୟାଳୟ, ସପନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ବାରହାପୁର, ପଚୁଂବରାହୀ ନୋଡାଲ ହାଇସ୍କୁଲ ମାଣପଡା, ବାସୁଦେବ ନୋଡାଲ ଉ.ପ୍ରା. ବିଦ୍ୟାଳୟ କଣ୍ଡିରା, ବିଣାପାଣୀ ନୋଡାଲ ହାଇସ୍କୁଲ ଦିଘି, ନାଗାନାରାୟଣ ନୋଡାଲ ଉଚ୍ଚ ବିଦ୍ୟାଳୟ ଡାଙ୍ଗମାଳ, ଦେଉଳସାହି ପ୍ରକଳ୍ପ ଉ.ପ୍ରା. ବିଦ୍ୟାଳୟ, ତାଳଚୁଆ ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ତାଳଚୁଆ,ବାରଗାଁ ମାଟିଆ ମଙ୍ଗଳା ନୋଡାଲ ଉ.ପ୍ରା ବିଦ୍ୟାଳୟ ଯଦୁଚନ୍ଦ୍ରପୁର, ଚାଆଁରାକୋଲ୍ଲା ୟୁଜିୟୁପି ବିଦ୍ୟାଳୟ ପ୍ରଭୃତି ୧୮ଟି ସର୍କଲ ରହିଛି । ଏହା ମଧ୍ୟରୁ ୪ଟି ସର୍କଲରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ କରାଯାଇନଥିବା ବେଳେ ଅବଶିଷ୍ଟ ସର୍କଲରେ କାଗଜ କଲମରେ କରାଯାଇଥିବା ଅଭିଯୋଗ ହୋଇଛି । ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୩ହଜାର ଟଙ୍କା ଓ ବିଆରସିସିଙ୍କ ପାଇଁ ୫ଶହ ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ ହେଉଛି । ଏସଂପର୍କରେ ବ୍ଲକ ଶିକ୍ଷାଧିକାରୀ ମନୋରଂଜନ ସେଠୀଙ୍କୁ ପଚାରିବାରୁ ମୋବାଇଲରେ କହିବା ଉଚିତ ହେବ ନାହିଁ । ଦେଖାହେଲେ ସବୁକଥା କହିବି ବୋଲି କହି କଥାକୁ ଏଡାଇ ଯାଇଥିଲେ । ରାଜନଗର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନିତୀ ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଗୁମର ପଦାକୁ ଆସିବ ବୋଲି ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଇଛି ।