ଅସହାୟ ବୃଦ୍ଧଙ୍କୁ ଭେଟିଲେ ଗଣେଶ୍ୱର ବେହେରା
କେନ୍ଦ୍ରାପଡା : ଅବହେଳିତ ତଥା ଅସହାୟ ୮୧ ବର୍ଷ ବୟସ୍କ ବୃଦ୍ଧ ଶ୍ରୀଧର ସାହୁଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ଗଣେଶ୍ୱର ବେହେରା । ତାଙ୍କ ଦୁଃସ୍ଥିତି ପ୍ରତି ସମ୍ବେଦନଶୀଳ ହୋଇ ଅସହାୟତାର ହାତ ବଢାଇଛନ୍ତି । ଅତ୍ୟନ୍ତ ଅମାନବୀୟ ପରିବେଶରେ ଶ୍ରୀ ସାହୁଙ୍କୁ ଦେଖି ଶ୍ରୀ ବେହେରା ଉଦ୍ବେଗ ପ୍ରକାଶ କରିଛନ୍ତି । ସଂପ୍ରତି ରହୁଥିବା ଭଙ୍ଗା ଚାଳଘରକୁ ଅତିଶୀଘ୍ର ସଜାଡି ବାସ ଉପଯୋଗୀ କରିଦେବାକୁ କୋରୋ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ରଣଜିତ୍ ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥି ସାଙ୍ଗକୁ ଆଉ କେତୋଟି ଆବଶ୍ୟକୀୟ ଜିନିଷ ଯୋଗାଇ ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି । ଘରେ ପହଞ୍ଚô ଯଦି ପଞ୍ଚାୟତ ଅଧିକାରୀ ଭତ୍ତା ଟଙ୍କା ଦେଇଦେଇ ଥାଆନ୍ତେ ତାହେଲେ ଅଭାବନୀୟ ଘଟଣା ଘଟି ନ ଥାନ୍ତା । କର୍ତ୍ତବ୍ୟରେ ଅବହେଳା ପାଇଁ ପଞ୍ଚାୟତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଶ୍ରୀଧର ସାହୁଙ୍କ ବୟସ ୮୧ ହୋଇଥିବାରୁ ତାଙ୍କୁ ମାସିକ ୩୫୦୦ ଭତ୍ତା ନିୟମିତ ଭାବରେ ତାଙ୍କ ଘରେ ପ୍ରଦାନ ଏବଂ ବାସହୀନ ହେତୁ ପ୍ରଧାନମନ୍ତ୍ରୀ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଯୋଗାଇ ଦେବାକୁ ବିଧାୟକ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି । ବିଜେଡି ନେତା ରଣଜିତ ଜେନା, ହରିପଦ ବେହେରା, ବାବାଜୀ ମଲିକ, କୃଷ୍ଣଚନ୍ଦ୍ର ମଲିକ, ଦେବାଶିଷ ବରାଳ, ସମ୍ବିତ ଶ୍ରୀଚନ୍ଦନ, ବସନ୍ତ ମଲିକ, ବାବୁଲି ମଲିକ, ହରି ସିଂହ, ନାରାୟଣ ସାମଲ, ଗଗନ ସାମଲ, ଶରତ ଚନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।