ଚାରା ବଣ୍ଟନ
ପାରାଦୀପ: ବନ ମହୋସôବ ସପ୍ତାହ ପାଳନ ଅବସରରେ ସ୍ୱେଚ୍ଛାସେବୀ ସଂଗଠନ "ଆଦର୍ଶ ପ୍ରୟାସ’ ପକ୍ଷରୁ ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ବିଭିନ୍ନ କିସମର ଔଷଧୀୟ ଏବଂ ଫଳନ୍ତି ଚାରା ଗଛ ବଣ୍ଟନ କରାଯିବା ସହିତ୍ ପରିବେଶ ସୁରକ୍ଷା ସଂପର୍କରେ ସଚେତନ କରାଯାଇଛି । କାର୍ଯ୍ୟକ୍ରମକୁ ସଂଗଠନର ସଦସ୍ୟ ଅମିୟ ପ୍ରସାଦ ଦାସ, ଦେବି ପ୍ରସାଦ ସାହୁ, ବିଷ୍ଣୁଚରଣ ମୁଦୁଲି, ଦେବ କଲ୍ୟାଣ ମହାପାତ୍ର, ସନ୍ତୋଷ ପାତ୍ର, ଭଞ୍ଜ କିଶୋର ମଲ୍ଲିକ, କିଶୋର ମହାନ୍ତି, ରାକେଶ ନାୟକ୍, ଦେବବ୍ରତ ପତି, କୈବଲ୍ୟ ସାହୁ, ନରେନ୍ ବର୍ମନ୍, ଜଗଦୀଶ ମଣ୍ଡଳ, କବିନ୍ଦ୍ର ସେଠୀ, ମୀନକେତନ ଦାସ, ନିହାର ବାରିକ, ଦୀପକ ସ୍ୱାଇଁ, ଦୀପକ ସାହୁ, ଗୋପାଳ ମଣ୍ଡଳ, ରାଜ କିଶୋର କାଣ୍ଡି, ସୁଧୀର ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ ।