ସିଆଚେନରେ ହିମସ୍ଖଳନ ୩ ଯବାନ ସହିଦ୍
ଶ୍ରୀନଗର : ଲଦାଖର ସିଆଚେନ୍ ବେସ୍ କ୍ୟାମ୍ପରେ ଏକ ବଡ଼ ହିମସ୍ଖଳନ ଘଟି ଦୁଇ ଜଣ ଅଗ୍ନିବୀରଙ୍କ ସମେତ ତିନି ଜଣ ସେନା କର୍ମଚାରୀ ପ୍ରାଣ ହରାଇଛନ୍ତି । ବିଶ୍ୱର ସର୍ବୋଚ୍ଚÿ ଯୁଦ୍ଧକ୍ଷେତ’ ଭାବରେ ଜଣାଶୁଣା ସିଆଚେନ୍ରେ ଏବେ ଉଦ୍ଧାର କାର୍ଯ୍ୟ ଚାଲିଥିବା ସୂଚନା ମିଳିଛି । ସୈନିକମାନେ ମାହାର ରେଜିମେଣ୍ଟର ଥିଲେ । ପାଞ୍ଚ ଘଣ୍ଟା ଧରି ଫସି ରହିବା ପରେ ସେମାନଙ୍କର ମୃତୁ୍ୟ ହୋଇଥିଲା । ଜଣେ ସେନା କ୍ୟାପ୍ଟେନଙ୍କୁ ଉଦ୍ଧାର କରାଯାଇଛି । ନିୟନ୍ତ୍ରଣ ରେଖାର ଉତ୍ତର ପାର୍ଶ୍ୱରେ ପ୍ରାୟ ୨୦,୦୦୦ ଫୁଟ ଉଚ୍ଚÿତାରେ ଅବସ୍ଥିତ ସିଆଚେନ୍ ଗ୍ଲେସିୟରରେ ହିମସ୍ଖଳନ ସାଧାରଣ ଘଟଣା । ତାପମାତ୍ରା ନିୟମିତ ଭାବରେ -୬୦ ଡିଗ୍ରୀ ସେଲସିୟସ୍କୁ ଖସିଯାଏ । ୨୦୨୨ ମସିହାରେ ତୁଷାରପାତ ଯୋଗୁଁ ସର୍ବାଧିକ ମୃତୁ୍ୟ ଘଟିଥିଲା । ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟରରେ ସାତ ଜଣ ସୈନିକଙ୍କ ମୃତୁ୍ୟ ଘଟିଥିଲା । ତୁଷାରପାତର ତୀବ୍ରତା ଏତେ ଥିଲା ଯେ ନିଖୋଜ ହେବାର ତିନି ଦିନ ପରେ ସେନା କର୍ମଚାରୀଙ୍କ ମୃତଦେହ ମିଳିଥିଲା ।