ଚାରା ରୋପଣ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତାକାଲି ୭୫ତମ ଜନ୍ମଦିବସ ଓ ‘ଏକ ପେଡ୍ ମା କେ ନାମ’ ଦ୍ୱିତୀୟ ସଂସ୍କରଣ ଅଭିଯାନ ଅନ୍ତର୍ଗତ ସାରା ଦେଶରେ ୧.୫ କୋଟି ଚାରା ରୋପଣ କରାଯିବାକୁ ଥିବା ବେଳେ ଓଡିଶା ସରକାର ରାଜ୍ୟର କୋଣ ଅନୁକୋଣରେ ଏକକାଳୀନ ରେକର୍ଡ ୭୫ ଲକ୍ଷ ଚାରା ରୋପଣ କରି ଓଡିଶାକୁ ସବୁଜ-ସୁନ୍ଦର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ରାଜ୍ୟବ୍ୟାପୀ ଚାରା ରୋପଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଜି ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।
ପୃଥିବୀର ଅସ୍ତିତ୍ୱ, ପ୍ରାଣୀଜୀବନର ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ରୋକିବା ଓ ତାପମାତ୍ରା ବୃଦ୍ଧିକୁ ରୋକିବା ଆଦି ସମସ୍ତ କିଛି ବୃକ୍ଷ ସହିତ ଏକାନ୍ତ ଭାବେ ଜଡିତ । ବୃକ୍ଷ କେବଳ ପ୍ରାକୃତିକ ସମ୍ପଦ ନୁହେଁ, ବରଂ ମାନବଜୀବନର ରକ୍ଷାକର୍ତ୍ତା ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିବା ସହିତ ଝାରସୁଗୁଡା, ତାଳଚେର, କଳିଙ୍ଗ ନଗର ଭଳି ଶିଳ୍ପାଂଚଳ, ସ୍ୱଳ୍ପ ବୃଷ୍ଟିପାତ ହେଉଥିବା ଅଂଚଳ, ଟାଙ୍ଗରା ଭୂମିରେ ଅଧିକରୁ ଅଧିକ ଚାରା ରୋପଣ କରିବା ସହିତ ଏହାର ଉପଯୁକ୍ତ ଯନô ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଚାରା ଟିଏ ରୋପଣ କରିଦେଲେ ହେବନି ଏହାକୁ କିପରି ବୃକ୍ଷରେ ରୂପାନ୍ତରିତ କରିବା ସେ ଦିଗରେ ଯନôବାନ ହେବାପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ପାଇଁ ଓଡ଼ିଶାରେ ୭.୫ କୋଟି ବୃକ୍ଷ ରୋପଣର ଲକ୍ଷ ଧାର୍ଯ୍ୟ କରିଛନ୍ତି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅନ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷାକରି ବିଗତ ୪୫ ଦିନ ମଧ୍ୟରେ ୪.୭ କୋଟି ବୃକ୍ଷ ରୋପଣ କରିସାରିଛି ବୋଲି ସେ ସୂଚନା ଦେବା ସହ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆଭାସୀ ବୈଠକରେ ସାଧୁବାଦ ଜ୍ଞାପନ କରିଛନ୍ତି । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସୂର୍ଯେ୍ୟାଦୟ ଠାରୁ ସୂର୍ଯ୍ୟାସ୍ତ ମଧ୍ୟରେ ୭୫ ଲକ୍ଷ ଉର୍ଦ୍ଧ୍ୱ ଚାରା ରୋପଣ କାର୍ଯ୍ୟ ଶେଷ କରିବାକୁ ତୃଣମୂଳସ୍ତରର ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ମେରୀ ଲାଇଫ ପୋର୍ଟାଲରେ ଅପଲୋଡ କରିବା ଦ୍ୱାରା ଚାରାର ପରବର୍ତ୍ତୀ ପ୍ରଗତି ସମ୍ପର୍କିତ ତଥ୍ୟ ଆକଳନ କରିବାକୁ ସୁବିଧା ହେବ ତେଣୁ ଏହି ପୋର୍ଟାଲରେ ଅପଲୋଡ କରିବାକୁ ନ ଭୁଲିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।