ଚାରି ରେଳ କର୍ମଚାରୀ ପୁରସ୍କୃତ
ଜଟଣୀ : ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍ଏସ୍ ବାଜୱା ଉସôର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସମର୍ପଣ ପାଇଁ ଚାରି ଜଣ ରେଳ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାରରେ ସମ୍ମାନିତ କରିଛନ୍ତି । ଏହି କର୍ମଚାରୀଙ୍କ ଦ୍ରୁତ ପଦକ୍ଷେପ, ବୈଷୟିକ ଜ୍ଞାନ ଏବଂ ଉପସ୍ଥିତି ବୁଦ୍ଧି ଯୋଗୁଁ ଟ୍ରେନଗୁଡ଼ିକର ପରିଚାଳନା ସୁଗମ ହୋଇଥିଲା ଏବଂ ଯାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇପାରିଥିଲା । ଏହି ଚାରି ଜଣ ରେଳ କର୍ମଚାରୀ ହେଲେ ସୁଧାଂଶୁ ସ୍ୱାଇଁ, ଟିପିଏମଏ / କଟକ, ଅଭିମନୁ୍ୟ ଦଳେଇ, ଟିପିଏମଏ / ଯଖପୁରା, ପି. ଶ୍ରୀନିବାସ ରାଓ ଲୋକୋ ପାଇଲଟ ଖୋର୍ଦ୍ଧା ରୋଡ ଏବଂ ଉତ୍ତମ କୁମାର ଦାସ ସିନିୟର ସେକ୍ସନ ଇଞ୍ଜିନିୟର (ଟେକ୍ନିକାଲ) ମେମୁ କାର ସେଡ ଖୋର୍ଦ୍ଧାରୋଡ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶୁଭ୍ରଜ୍ୟୋତି ମଣ୍ଡଳ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା), ନମୋନାରାୟଣ ମୀନା ଖୋର୍ଦ୍ଧାରୋଡ଼ର ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।