ବାତ୍ୟା ଆଶ୍ରୟସ୍ଥଳୀରେ ମକଡ୍ରିଲ ଓ ସାଇରନ ସାମରିକ ଅଭ୍ୟାସ 

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ନିକଟ ଚନ୍ଦନୀପାଳ ଏବଂ ଦୋସିଙ୍ଗା ଠାରେ ଥିବା ବହୁମୁଖି ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଦେଶ ବ୍ୟାପି ମକଡ୍ରିଲ ଓ ସାଇରନ ସାମରିକ ଅଭ୍ୟାସ ପାଇଁ ଭାରତ ସରକାର ପଦକ୍ଷେପ ଗ୍ରହଣ କରିଥିବା ବେଳେ ସାଧାରଣ ନାଗରିକ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହି କାର୍ଯ୍ୟକ୍ରମ ଅପରାହ୍ନ ୪ ଟା ବେଳେ ସାଇରନ ବାଜି ଆରମ୍ଭ ହୋଇଥିଲା । ଏଥିରେ ଜିଲ୍ଲାପାଳ ଦିଲିପ ରାଉତରାଏ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ଜିଲ୍ଲା ମୁଖ୍ୟ ଚକିସôାଧିକାରୀ ଡକ୍ଟର ସୁଧାଂଶୁ ବଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଶୁଭେନ୍ଦ୍ର ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଏସ ପି ଅଂଶୁମାନ ଦ୍ୱିବେଦୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରିଣୀ ସାଗରିକା ସାହୁ, ସ୍ଥାନୀୟ ସରପଞ୍ଚ ଗ୍ରାମବାସୀ ,ସିଭିଲ ଡିଫେନ୍ସ,  ଅଗ୍ନିଶ୍ରମ ବିଭାଗ, ସାମୁଦ୍ରିକ ଥାନା, ଆପାଦ ମିତ୍ର ପ୍ରମୁଖ ଯୋଗ ଦେଇଥିଲେ । ସାଇରନ ବାଜିବା ସହିତ ଏହି ମକ୍ ଡ୍ରିଲରେ କିପରି ଲୋକଙ୍କୁ ଉଦ୍ଧାର କରାଯାଏ ସୁରକ୍ଷିତ ସ୍ଥାନକୁ ନେଇ ଚିକିସôା କରାଯିବା ଜଣାଇ ଦିଆଗଲା । ଭୟଭୀତ ନ ହୋଇ ବିପଦକୁ କିପରି ମୁକାବିଲା କରାଯିବ ଜିଲ୍ଲାପାଳ, ଏସପି ପରାମର୍ଶ ଦେଇଥିଲେ ।