ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ଭଙ୍ଗ ନିଷ୍ପତ୍ତି ଦୁର୍ଭାଗ୍ୟଜନକ: ପ୍ରଫୁଲ


ାା ପ୍ରଭାନୁ୍ୟଜ ।ା ଯାଜପୁର : ସରକାର ଆଦିବାସୀ ମାନଙ୍କର ସ୍ୱାର୍ଥକୁ ଅଣଦେଖା କରି ୨୩ ଗୋଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ଭଙ୍ଗ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଦୁର୍ଭାଗ୍ୟ ଜନକ । ଏହା କହିଛନ୍ତି ପୂର୍ବତନ ମନ୍ତ୍ରୀ ଡ.ପ୍ରଫୁଲ ଚନ୍ଦ୍ର ଘଡାଇ । ଶ୍ରୀ ଘଡ଼ାଇ କହିଛନ୍ତି କି ରାଜ୍ୟ ଜନସଂଖ୍ୟାର ୨୨.୮୫ ପ୍ରତିଶତ ତଫସିଲଭୁକ୍ତ ଜନଜାତି ଲୋକବାସ କରୁଥିବା ବେଳେ ପୂର୍ବବର୍ତ୍ତି ବିଜେଡି ସରକାର ସେମାନଙ୍କର ଭାଷା, ସଂସ୍କୃତି, ପରମ୍ପରା, ଐତିହ୍ୟର ବିକାଶ ଏବଂ ସଂରକ୍ଷଣ ନିମନ୍ତେ ପ୍ରଥମେ ୨୦୧୭ ମସିହାରେ ଆଦିବାସୀ ବହୁଳ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡା, ମାଲକାନାଗିରି ଏବଂ ନବରଙ୍ଗପୁର ଜିଲା ଏବଂ ପରେ ୨୦୨୩ ମସିହାରେ ଆଦିବାସୀ ବସବାସ କରୁଥିବା ବଲାଙ୍ଗୀର, ଗଞ୍ଜାମ, ବୌଦ୍ଧ, ବାଲେଶ୍ୱର, ସମ୍ବଲପୁର, ଢେଙ୍କାନାଳ, କଳାହାଣ୍ଡି, ନୟାଗଡ, ନୂଆପଡା, ଅନୁଗୁଳ, ବରଗଡ, ଯାଜପୁର, ଝାରସୁଗୁଡା ଓ ଦେବଗଡ ଜିଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥିଲେ । ଏହା ଫଳରେ ରାଜ୍ୟର୨୩ ଜିଲା ଅଧିନସ୍ଥ ୧୭୨ଟି ବ୍ଲକରେ ବସବାସ କରୁଥିବା ଏକ କୋଟିରୁ ଅଧିକ ଜନଜାତି ସଂପ୍ରଦାୟ ଲୋକଙ୍କର କଳା, ସଂସ୍କୃତିର ବିକାଶ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା । ମାତ୍ର ବର୍ତ୍ତମାନ ସରକାର ଆଦିବାସୀ ମାନଙ୍କର ସ୍ୱାର୍ଥକୁ ଅଣଦେଖା କରି ୨୩ ଗୋଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ଭଙ୍ଗ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଦୁର୍ଭାଗ୍ୟ ଜନକ । ଯାଜପୁର ଜିଲାରେ ସୁକିନ୍ଦା ନିର୍ବାଚନମଣ୍ଡଳୀ ଭଳି ଆଦିବାସୀ ବସବାସ କରୁଥିବା ଅଞ୍ଚଳର ଆଦିବାସୀ ଭାଇଭଉଣୀ ମାନେ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବେ । ତେଣୁ ଆଦିବାସୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଏହି ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ପୁନର୍ବାର କାର୍ଯ୍ୟକ୍ଷମ କରି ଏହାକୁ କିଭଳି ଆହୁରି ପ୍ରଭାବି ଏବଂ ସଫଳ କରାଯାଇ ପାରିବ ସେଥିପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ପୂର୍ବତନ ମନ୍ତ୍ରୀ ଡ.ପ୍ରଫୁଲ ଚନ୍ଦ୍ର ଘଡାଇ ଏକ ପ୍ରେସ ବିବୃତି ମାଧ୍ୟମରେ ଅନୁରୋଧ କରିଛନ୍ତି ।