ଚାର୍ଜ ବେଳେ ଜଳିଗଲା ସ୍କୁଟି 

 କାକଟପୁର  : ଚାର୍ଜ ବସିଥିବା ସମୟରେ ହୁତୁହୁତୁ ହୋଈ ଜଳିଗଲା ଏକ ଏଡ଼ିଏମଏସ ବେଟାରୀ ସ୍କୁଟି । ସୂଚନା ମୁତାବକ ଅସ୍ତରଙ୍ଗ ବ୍ଲକ ମଧୁପୁର ଗ୍ରାମର ହରିହର ବେହେରା ଗତକାଲି ରାତ୍ର ସମୟରେ ନିଜ ଘର ସାମ୍ନାରେ ତାଙ୍କର ବେଟାରୀ ସ୍କୁଟିଗାଡିକୁ ଚାର୍ଜ ବସାଇଥିବା ସମୟରେ ହଠାତ୍ ବିସ୍ଫୋରଣର ଆବାଜ ହୋଇଥିଲା, ଚାହୁଁ ଚାହୁଁ ସ୍କୁଟିଟି ହୁତୁହୁତୁ ହୋଇ ଜଳିବାକୁ ଆରମ୍ଭ କରିଥିଲା । ଜଳୁଥିବା ସମୟରେ ୨ଜଣ ଲୋକ ଏହି ନିଅାଁକୁ ଆୟତ୍ତ କରିବାକୁ ପ୍ରୟାସ କରୁଥିବା ବେଳେ ସାମାନ୍ୟ ଆହତ ହୋଇଥିବା ନେଇ ସୂଚନା ରହିଛି ।