ଚୋରା ମଦ ଜବତ ୪ କୋର୍ଟ ଚାଲାଣ
କେନ୍ଦ୍ରାପଡା : ଜିଲ୍ଲ ।ପାଳଙ୍କ ନିଦେ୍ର୍ଦଶକ୍ରମେ କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ କେନ୍ଦ୍ରାପଡା ସଦର, କେନ୍ଦ୍ରାପଡା ଟାଉନ, ପଟ୍ଟାମୁଣ୍ଡାଇ ଟାଉନ ଏବଂ ଡେରାବିଶ ଥାନା ଅଧୀନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଗରାପୁର ଗ୍ରାମର ଦୁରି ମଳିକଙ୍କ ଠାରୁ ୧୫ ଲିଟର ଦେଶୀ ମଦ, କଜଲା ଗ୍ରାମର କୁନି ଦଳଙ୍କ ଠାରୁ ୦୫ ଲିଟର ଦେଶୀ ମଦ, ସାନମୂଳବସନ୍ତ ଗ୍ରାମର ଦୀପକ ସେଠୀ (ବୟସ -୨୭ ବର୍ଷ)ଙ୍କ ଠାରୁ ୦୬ ଲିଟର ଦେଶୀ ମଦ ଏବଂ ତିଲଙ୍ଗ ଗ୍ରାମର ପ୍ରଶାନ୍ତ ମଳିକଙ୍କ ଠାରୁ ୬୫ ଲିଟର ଦେଶୀ ମଦ ଓ ୫୦ ଲିଟର ବିଦେଶୀ ମଦ ଜବତ କରି ଏମାନଙ୍କୁ ଗିରଫ କରାଯାଇ ଅଛି । ଏମାନଙ୍କ ପାଖରୁ ସମୁଦାୟ ୯୧ ଲିଟର ଚୋରା ଦେଶୀ ମଦ ଓ ୫୦ ଲିଟର ବିଦେଶୀ ମଦ ଜବତ କରାଯାଇ ୦୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ, କେନ୍ଦ୍ରାପଡା କହିଛନ୍ତି । ଏହି ଚଢ଼ାଉରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲ୍ଲିକ, ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସ, ଅବକାରୀ ଉପ ନିରିକ୍ଷକ ଛାୟାକାନ୍ତ ନାୟକ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ ।